ସମାଜସେବୀ ରମେଶ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା



ପଟ୍ଟାମୁଣ୍ଡାଇ ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ପଂଚାୟତ ମହଲକଣ ଗ୍ରାମର ସମାଜସେବୀ ରମେଶ ଚନ୍ଦ୍ର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବଲୁରିଆ ପଂଚାୟତ ପୂର୍ବତନ ସରପଂଚ ରାତିକାନ୍ତ ସାହାଣୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ସରପଂଚ ନିଶାମଣି ମହାନ୍ତି, ସମାଜସେବୀ ଗଗନ ମହାଳିକ,ତରଡିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ ,ପ୍ରାକ୍ତନ ସି ଆର ସି ସି ସୁଦର୍ଶନ ପତି, ଶିକ୍ଷାବିତ ବାସୁଦେବ ବିଶ୍ୱାଳ, ଅଳପୁଆ ସରପଂଚ ପ୍ରତିନିଧି ରଶ୍ମୀକାନ୍ତ ବେହେରା,ରଶ୍ମି ରଞ୍ଜନ ସ୍ୱାଇଁ,ସୁକାନ୍ତ ରାଉତ ଗଗନ ରାଉତ, ଅନ୍ତର୍ଯ୍ୟାମୀ ରାଉତ,ପ୍ରଫୁଲ୍ଲ ସାହାଣୀ, ବିକ୍ରମ ସାହାଣୀ, ଅକ୍ଷୟ ମଲ୍ଲିକ,ମୁକେଶ ରାଉତ, ହେମନ୍ତ ରାଉତ, ଅମିତ ରାଉତ ବିଶ୍ୱଜିତ ମହାନ୍ତି, ପଦ୍ମନାଭ ନାୟକ,ଦେବାଶିଷ ଧଳ, ସରୋଜ ମଙ୍ଗରାଜ, ମୃଣ୍ମୟ ଜେନା, କିଶୋର ରାଉତ, ମୋତାଲିନ ଖାଁ ପ୍ରମୁଖ ଦିବଂଗତ ରାଉତ ଙ୍କ ଅଂଚଳ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ନରେନ୍ଦ୍ର ଧଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଶିଷ ରାଉତ, ଶଶୀକାନ୍ତ ରାଉତ ପରିଚାଳନା କରିଥିଲେ ।


Next Post

ମଣ୍ଡପଡାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Thu Oct 3 , 2024
ପଟ୍ଟାମୁଣ୍ଡାଇ ୩/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଠାରେ ବାଲିପାଟଣା ନୋଡାଲ ହାଇସ୍କୁଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଣ୍ଡପଡା-ବାଛରା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ସିଆରସିସି ନମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି, ଅନ୍ୟତମ ଏବିଇଓ ସୁନୀତି ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ […]

KANIKA

Subscribe