କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ



କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡ଼ା ତହସିଲରେ ବୁଧବାର ଜିଲ୍ଲାପାଳ ରଘୁରାମ ଆର. ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣିରେ କେନ୍ଦ୍ରାପଡା ତହସିଲଦାର ସୁଶ୍ରୀ କୁଇନି ଜେନା ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ଆଜି ମୋଟ ୨୧ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପ୍ରକାଶଥାଉ କି ଆସନ୍ତା ୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ, ୨୪ ତାରିଖରେ ଡେରାବିଶ ଏବଂ ୨୬ ତାରିଖରେ ମାର୍ଶାଘାଇ ତହସିଲରେ ପୂର୍ବାହ୍ନ ୧୦.୩୦ ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଜନସାଧାରଣଙ୍କ ରାଜସ୍ୱ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ଧାର୍ଯ୍ୟ ଦିନ ଏବଂ ସମୟରେ ତହସିଲରେ ଉପସ୍ଥିତ ରହି ଅଭିଯୋଗ କରିପାରିବେ। ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ତହସିଲ କର୍ମଚାରୀ ପ୍ରଦୀପ କୁମାର ଦାସ, ସୌଭାଗ୍ୟ ଦାସ, ଉମେଶ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।


Next Post

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

Thu Dec 18 , 2025
ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀଙ୍କ ସହ ଆଲୋଚନା   କେନ୍ଦ୍ରାପଡ଼ା, ୧୭ା୧୨: ଜିଲ୍ଳାପାଳ ରଘୁରାମ ଆର. ଆୟର ବୁଧବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବୁଲିବା ସହିତ ପଞ୍ଜିକରଣ କାଉଣ୍ଟରକୁ ଯାଇ ସଠିକ ଭାବରେ ଏବଂ କ୍ରମାନ୍ୱୟରେ ପଞ୍ଜିକରଣ ହେଉଛି କି ନାହିଁ ଦେଖିଥିଲେ। ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ୱାର୍ଡରେ ଭର୍ତ୍ତି ହୋଇଥିବା […]

KANIKA