କେନ୍ଦ୍ରାପଡ଼ା, ୪ା୧୦: କେନ୍ଦ୍ରାପଡା ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଦାୟୀତ୍ୱରେ ଅବହେଳା ଓ ସେବା ଯୋଗାଇବାରେ ବିଫଳତା ପାଇଁ ଡାକ ବିଭାଗକୁ ଜୋରିମାନାରେ ଦଣ୍ଡିତ କରିଛନ୍ତି। କମିଶନ ଠାକୁରପାଟଣା ଉପ- ଡାକଘରର ଉପ-ଡାକପାଳ, କେନ୍ଦ୍ରାପଡା ଡିଭିଜନର ଡାକ ଅଧୀକ୍ଷକ ଓ ପାଟକୁରା ଉପଡାକଘରର ଉପ-ଡାକପାଳଙ୍କୁ ୨ହଜାରଟଙ୍କା କ୍ଷତିପୁରଣ ସହ ଅଦାଲତରେ ମାମଲା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ଦେବା ପାଇଁ ନିର୍ଦେଶ […]
Day: 4 October 2024
କେନ୍ଦ୍ରାପଡ଼ା,୪ା୧୦: ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଶୁକ୍ରବାର ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସମ୍ପାଦକ ଉମାଶଙ୍କର ଜେନା ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ ଓ ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ପୂର୍ବ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ପ୍ରସ୍ତାବ ଓ ସଭାର ଅନୁମୋଦନ କ୍ରମେ ବିଗତ […]
କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବନିପାଳ ଗ୍ରାମର ଅଧିବାସୀମାନେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଲୁଣାପାଣି ଚିଙ୍ଗୁଡିଘେରୀ ପାଇଁ ଧାନଚାଷ ସଂପୂର୍ଣ୍ଣ ଉଜୁଡି ଯାଉଛି। ତୁରନ୍ତ ଏହାର ପ୍ରତିକାର କରାନଗଲେ ସେମାନଙ୍କ ଜୀବନଜୀବିକା ଏହାଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ସେହି ଗ୍ରାମର କୃଷ୍ଣଗୋପାଳ ସେଠୀ ନାମକ ବ୍ୟକ୍ତି ପ୍ରାୟ ୫ଏକର ଜମିରେ […]
କେନ୍ଦ୍ରାପଡା, ୪/୧୦: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ୨୦୧୯ ମସିହାଠାରୁ ଏକ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗଠନ କରାଯାଇ ସମାଜର ବିଭିନ୍ନ ବର୍ଗର ୨୫୦ରୁ ଅଧିକ ସକ୍ରିୟ ବରିଷ୍ଠ ନାଗରିକମାନଙ୍କୁ ନେଇ ଜିଲ୍ଲାରେ ଏକ ବଳିଷ୍ଠ, ସମ୍ମାନଜନକ ସଂଗଠନ ରୂପେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିପାରିଛି । ପରିବର୍ତ୍ତିତ ସମୟାନୁଯାୟୀ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ […]
ପଟ୍ଟାମୁଣ୍ଡାଇ ୪/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଢାଖଣ୍ଡ -ମଠସାହି କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସଞ୍ଜୟ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ସହକାରୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ପଢିଆରୀ ମୁଖ୍ୟଅତିଥି,ଅଢାଖଣ୍ଡ ମଠସାହି ଉନ୍ନୀତ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ର, ଅଇନିପଡା-ପଛପଡା ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ […]
ପଟ୍ଟାମୁଣ୍ଡାଇ ୪/୧୦ – ପଟ୍ଟାମୁଣ୍ଡାଇ କଲେଜ ଜୁନିୟର ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ବୌଦ୍ଧ ପଂଚାୟତ କଲେଜ ଉଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରାଜ୍ୟ […]
କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କଲେଜ ପରିସରରେ ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ କଲେଜ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି […]
କେନ୍ଦ୍ରାପଡ଼ା,୪ା୧୦: ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀଙ୍କ ୧୫୫ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପୋଲିସ ଡିଏସପି ସରିତା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନଦର୍ଶ […]
କେନ୍ଦ୍ରାପଡା,୪/୧୦: କେନ୍ଦ୍ରାପଡାର ଚିତ୍ରଗୁରୁ ତଥା କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରି ଦେଶ ଓ ବିଦେଶରେ ବହୁ ପ୍ରଦର୍ଶନୀରେ ଭାଗ ନେଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛତା ଚିତ୍ର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ନ୍ଧିତ କରିଛନ୍ତି । ଅକ୍ଟୋବର ୨ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ […]
ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସ୍କୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ […]










