ତହସିଲଦାରଙ୍କୁ ଦିଆଯିବ ଅନ୍‌ଲାଇନ୍ ତାଲିମ : ଉଚ୍ଛେଦ ନୋଟିସ୍ ସଂପର୍କରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ



ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର  ଜବରଦଖଲ  ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସ୍‌କୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍‌ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ତରଫରୁ ଜବରଦଖଲ ଉଚ୍ଛେଦ ନେଇ ଜାରି କରାଯାଇଥିବା ନୋଟିସ୍‌କୁ ଚାଲେଞ୍ଜ କରି ଖରିପାଳ ଗ୍ରାମର ମଣିନାଥ ସ୍ୱାଇଁ ହାଇକୋର୍ଟରେ ଡବ୍ଲି ପିସି-୨୪୪୭୩/୨୦୨୪ ଦାୟର କରିଥିଲେ। ଏନେଇ ଜଷ୍ଟିସ୍ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମଣିନାଥ ସ୍ୱାଇଁଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍ କେତେ ତାରିଖରେ ଜାରି କରାଯାଇଥିଲା ସେ ନେଇ କିଛି ଉଲ୍ଲେଖ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଆଉ କେତେକ ମାମଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏନେଇ ହାଇକୋର୍ଟ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇ କେପରିି ଉପଯୁକ୍ତ ଭାବେ ସବିଶେଷ ତଥ୍ୟ ସମ୍ବଳିତ ଉଚ୍ଛେଦ ନୋଟିସ୍ ଜାରି କରାଯିବ । ଏବଂ ଯାହା ଦ୍ୱାରା ନାଗରିକମାନେ ଅଯଥା ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ ସେ ନେଇ ଅନ୍‌ଲାଇନ୍ ତାଲିମ ଦିଆଯିବ । ପର୍ଯ୍ୟାୟକ୍ରମେ ଏହି ତାଲିମ ଦିଆଯିବ। ଏକ ମାସ ଭିତରେ ତାଲିମ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।


Next Post

ଚିତ୍ରଗୁରୁ ସୌମ୍ୟରଞ୍ଜନଙ୍କୁ ସମ୍ବର୍ନ୍ଧିତ କଲେ ମୁଖ୍ୟମନ୍ତ୍ରୀ

Fri Oct 4 , 2024
କେନ୍ଦ୍ରାପଡା,୪/୧୦: କେନ୍ଦ୍ରାପଡାର ଚିତ୍ରଗୁରୁ ତଥା କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରି ଦେଶ ଓ ବିଦେଶରେ ବହୁ ପ୍ରଦର୍ଶନୀରେ ଭାଗ ନେଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛତା ଚିତ୍ର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ନ୍ଧିତ କରିଛନ୍ତି । ଅକ୍ଟୋବର ୨ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ […]

KANIKA