ମୟୀୟସୀ ପାଳୁଣୀ ଦେବୀ ଶ୍ରଦ୍ଧାଞ୍ଜଳି ସଭା



ପଟ୍ଟାମୁଣ୍ଡାଇ ତା ୫/୧୦-ପଟ୍ଟାମୁ ଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜବାଦୀ ଅକ୍ଷୟ ସାମଲଙ୍କ ମାଁ ମୟୀୟସୀ ପାଲୁଣୀ ସାମଲଙ୍କ ଏକାଦଶାହ ଅବସରରେ ଵାଘତୈଳା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୃବ -ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀ କାନ୍ତ‌‌‌ ସ୍ଵାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଓଉପଦା ସରପଞ୍ଚ ମମତା ସାମଲ,ବିଶିଷ୍ଟ ଯୁବ ସମାଜ ବାଦୀ ପ୍ରଭାସ ଚନ୍ଦ୍ର ରାଉତ ତାରା ପ୍ରସାଦ ବାହିନୀପତି,ସାନଜରିଆ ସରପଞ୍ଚ ନିରାକାର ନାୟକ, ଖଣତା ସରପଞ୍ଚ ଅନିଲ ଲେଙ୍କା,ସେନା ବିଭାଗ ଅଧିକାରୀ ମନୋରଞ୍ଜନ ପ୍ରଧାନ, ସୈନିକ ମନୋଜ ରାଉତ,ପ୍ରାକ୍ତନ ସୈନିକ ପ୍ରଦୀପ ସାହୁ, ଧୃବ -ଅନ୍ନପୂର୍ଣ୍ଣା କଳା ପରିଷଦ ର ସଂଯୋଜକ ମାନଗୋବିନ୍ଦ ସ୍ଵାଇଁ ବିଶିଷ୍ଟ କଳାକାର ରାଜେନ୍ଦ୍ର ସ୍ଵାଇଁ, ସମାଜସେବୀ କୈଳାଶ ମହାନ୍ତି, ସ୍ତମ୍ଭକାର ଭାସ୍କର ରାଉତରାୟ, ଓଉପଦା ସମିତି ସଭ୍ୟା ପ୍ରତିନିଧି ହୃଷିକେଶ ଜେନା,ଚାନ୍ଦପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବୀରେନ୍ଦ୍ର ସାମଲ ଅନୁରାଧା ପତୀ, ସଂଯୁକ୍ତା ନାୟକ, ରଶ୍ମିତା ସାହୁ, ଅମୃତ ଦାସ, ଭୋଳିନାଥ ମଲ୍ଲିକ, ଅଲେଖ ଜେନା, ରଞନ ସୂତାର, ଗଜେନ୍ଦ୍ର ରାୟ, ଏ ଏନ୍ ଏମ ବିଦୁଲତା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚିତ୍ତରଞ୍ଜନ ସାମଲ ସ୍ୱାଗତଭାଷଣ ଓ ଅକ୍ଷୟ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଉପଦା ସରପଞ୍ଚ ମମତା ସାମଲ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁତ୍ର ଅକ୍ଷୟ ସାମଲ,ଗୟାନଦ ସାମଲ, ପ୍ରେମାନନ୍ଦ ସାମଲ,ଆନନ୍ଦ ସାମଲ, ଚନ୍ଦ୍ରଶେଖର ରାଉତ ପରିଚାଳନା କରିଥିବାବେଳେ ଅଛୁତି ରାଉତ, ଶଶିକଳା ପ୍ରଧାନ, ବିଜୟାଲଷ୍ମୀ ସାମଲ, ଜ୍ଞାନ ରଞ୍ଜନ ସାମଲ, ପ୍ରିୟ ରଞ୍ଜନ ସାମଲ, ଜ୍ୟୋତିରଞ୍ଜନ ସାମଲ,କ୍ଷୀରୋଦ ସାମଲ, ଅଜୟ ସାମଲ, ପ୍ରଦୀପ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Next Post

କେନ୍ଦ୍ରୀୟ ଭୂତଳ ଜଳ ପରିଷଦ ପକ୍ଷରୁ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନାରେ ସହଭାଗିତା ଉପରେ ଆଲୋଚନା

Sat Oct 5 , 2024
କେନ୍ଦ୍ରାପଡ଼ା,୫ା୧୦: କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣପୂର୍ବ କ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଦିବସୀୟ ତ୍ରିସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର କାର୍ଯର୍୍ୟକାରୀ ଅଧ୍ୟକ୍ଷ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଆଧୁନିକ ସମାଜରେ ଭୂତଳ ଜଳ ଜନିତ ସମସ୍ୟା ଓ ତାର ନିରାକରଣରେ ମାନବ ସମାଜର ସହଭାଗିତା” ଉପରେ ମତବ୍ୟକ୍ତ କରିଥିଲେ। […]

KANIKA