କେନ୍ଦ୍ରୀୟ ଭୂତଳ ଜଳ ପରିଷଦ ପକ୍ଷରୁ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନାରେ ସହଭାଗିତା ଉପରେ ଆଲୋଚନା



କେନ୍ଦ୍ରାପଡ଼ା,୫ା୧୦: କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣପୂର୍ବ କ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଦିବସୀୟ ତ୍ରିସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର କାର୍ଯର୍୍ୟକାରୀ ଅଧ୍ୟକ୍ଷ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଆଧୁନିକ ସମାଜରେ ଭୂତଳ ଜଳ ଜନିତ ସମସ୍ୟା ଓ ତାର ନିରାକରଣରେ ମାନବ ସମାଜର ସହଭାଗିତା” ଉପରେ ମତବ୍ୟକ୍ତ କରିଥିଲେ। ଭୂତଳ ଜଳ ପରିଷଦ ପକ୍ଷରୁ ବରିଷ୍ଠ ବୈଜ୍ଞାନିକ ପ୍ରହଲ୍ଲାଦ ଦାସ, ମୈାସୁମୀ ସାହୁ, ସଞ୍ଜୟ କୁମାର ନାୟକ, ବିଭୁତିଭୂଷଣ ସାହୁ ପ୍ରମୁଖ ଭୂଜଳର ସ୍ଥିତି, ଗୁଣବତ୍ତା ଏବଂ ମୈାଳିକତା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ “ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନାରେ ନାରୀଶକ୍ତିର ସହଭାଗିତା” ଉପରେ ବିଶେଷ ଆଲୋଚନା କରାଯାଇଥିଲା। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁତତ୍ତ୍ୱ ବିଭାଗ ମୁଖ୍ୟ ବିରଞ୍ଚିନାରାୟଣ ନାଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭୂତଳ ଜଳ ପରିଷଦର ସର୍ବେକ୍ଷକ ସୁଜ୍ଞାନ କୁମାର ବେହେରା କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ବୈଜ୍ଞାନିକ ବିଭୁତି ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ଶ୍ରୀବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ ସନ୍ଧ୍ୟା ନୀତିରେ ବିଳମ୍ବ

Sat Oct 5 , 2024
କେନ୍ଦ୍ରାପଡ଼ା,୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀସିଦ୍ଧବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ କରାଯାଉଛି। ଯାହାକୁ ନେଇ କେତେକ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟା ନୀତି ବିଳମ୍ବ ଘଟିଛି। ଏହା ପ୍ରଚାରିତ ହେବା ପରେ ଘିଅର ପ୍ରସ୍ତୁତି ମାସ, ବ୍ୟାଚ ନଂ, ଏକ୍ସପାଇରୀ ତାରିଖ ଇତ୍ୟାଦି ଯାଞ୍ଚ କରାଯାଇଥିଲା। ହେଲେ ଏ ସମସ୍ତ କୈାଣସି ଘିଅ ଟିଣରେ ଉଲ୍ଲେଖ ହୋଇ ନଥିବା ଜଣାପଡିଥିଲା। ତେଣୁ ଦୀର୍ଘଦିନ ଧରି ଏକ […]

KANIKA