ଗୋ ଜାତିର ଦୁର୍ଗତିରେ ଦେଶର ଦୁର୍ଗତି


ଗୋ ଜାତିର ଦୁର୍ଗତିରେ ଦେଶର ଦୁର୍ଗତି । ଗୃହପାଳିତ ପ୍ରାଣୀ ଯାହାକି ଆମେ କରିଥିବା ଘରର ଦାଣ୍ଡ ଘରେ ଗାଈ ଓ ବଳଦଙ୍କୁ ରଖୁଥିଲେ ଏବଂ ଶୁଭ ବୋଲି ବିଶ୍ୱାସ କରାଯାଏ। ଆମେ ଖାଇବା ପୂର୍ବରୁ ସେମାନଙ୍କୁ ଖାଇବା କୁ ଦିଆଯାଇଥାଏ। ଏପରିକି ଆମ ପରିବାର ସେମାନେ ଅଂଶଭାବରେ ରୁହନ୍ତି ଯାହାକି ସୃଷ୍ଟିର ଆରମ୍ଭରୁ ଉପକାରୀ ପ୍ରାଣୀ ହେଉଛି ଗାଈ। ମହାଭାରତ ଅନୁସାରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋପାଳ ଭାବରେ ଗାଈର ମହିମାକୁ ପ୍ରଚାର କରିଥିଲେ। ଆମ ଭାରତୀୟ ଧର୍ମ ଶାସ୍ତ୍ର ଅନୁସାରେ ଗାଈର ମହିମା ଓ ଉପାସନା ଅନେକ ବର୍ଣ୍ଣନା ରହିଛି। ଏପରିକି ବୈଦିକ ସମୟରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଭରଣ ପୋଷଣ ପାଇଁ ମୁଖ୍ୟତଃ କୃଷି ଓ ଗୋ ପାଳନ ଉପରେ ନିର୍ଭର କରୁଥିଲେ। ଏପରି କି ଗୋମାତା ଭାବରେ ପୂଜା କରାଯାଏ। ଭାରତୀୟ ଧର୍ମ ଗ୍ରନ୍ଥ ଅନୁସାରେ ଗୋଟିଏ ଗାଈ ଶରୀରରେ ୩୩ ପ୍ରକାର ଦେବାଦେବୀଙ୍କ ଅବସ୍ଥାନ କରିଥାଏ ବୋଲି ବିଶ୍ୱାସ କରାଯାଏ । ଶ୍ରୀକୃଷ୍ଣ ଗାଇପାଦରୁ ସମସ୍ତ ଗ୍ୟାନ ଆହାରଣ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣତ ଅଛି।
ଗାଈର ମହିମା ସମ୍ପର୍କରେ ପଣ୍ଡିତ ଗୋପବନ୍ଧୁ ଦାସ ୧୯୨୨ ମସିହାରେ ବନ୍ଦୀ ଜୀବନ କାଟୁଥିବା ସମୟରେ ‘ଗୋ ମହାତ୍ମ୍ୟ’ ନାମକ କାବ୍ୟ ରଚନା କରିଥିଲେ। ଏହି କାବ୍ୟରେ ଦେଶରେ ଗୋଜାତିର ଶୋଚନୀୟ ଅବସ୍ଥା ଦେଖି ତାଙ୍କ ପ୍ରାଣ କାନ୍ଦି ଉଠି ଥିଲା।ଗୋସେବା ହିଁ ପରମ ଧର୍ମ। ଗୋ ଜାତିର ଦୁର୍ଗତିରେ ଦେଶର ଦୁର୍ଗତି ଏହି କଥାକୁ ତାଙ୍କ କାବ୍ୟ ରେ ସୁନ୍ଦର ଭାବରେ ରଚନା କରିଛନ୍ତି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଶେଖର କୁମାର ଯାଦବ କହିଛନ୍ତି ଭାରତୀୟ ଜାବତୀୟ ପଶୁ ରୁପେ ଗାଈ ମାନ୍ୟତା ପାଇବା ଉଚିତ। ସେ ମଧ୍ୟ ମତ ଦିଅନ୍ତି ଏବଂ ତତସହିତ କିଛି ବୈଗ୍ୟାନିକ ବିଶ୍ୱାସ କରନ୍ତି ଯେ ଗାଇ ଏକମାତ୍ର ପ୍ରାଣୀ ଯେକି ଅମ୍ଳଜାନ ଗ୍ୟାସ୍ ଗ୍ରହଣ କରେ ଏବଂ ଅମ୍ଳଜାନ ଗ୍ୟାସ୍ ତ୍ୟାଗ କରି ଥାଏ। ବିଚାରପତି ଯାଦବଙ୍କ ମତରେ ଗାଈର କ୍ଷୀର, ଦହି, ଘିଅ, ପରିସ୍ରା ଏବଂ ଗୋବର ରୁ ପ୍ରସ୍ତୁତ ଓଷଧ ମାରାତ୍ମକ ରୋଗ ଉପଶମ କରିଥାଏ। ବୁଦ୍ଧଦେବ ଗାଈକୁ ମାନବର ଶଖା କହିଥାନ୍ତି ଏବଂ ଜୈନ ମାନେ କୁହନ୍ତି “ଗାଈ ହେଉଛି ସ୍ୱର୍ଗ’, ଗାଈର ପ୍ରଧାନ୍ୟକୁ ଦୃଷ୍ଟିରେ ଦେଖି ସମ୍ରାଟ ଆକବର,ହୁମାୟୁନ ଓ ବାବର ସେମାନଙ୍କ ସାମ୍ରାଜ୍ୟ ରେ ଗୋ ମାତାଙ୍କୁ ମୃତ୍ୟୁ ଦଣ୍ଡ ନଦେବା ପାଇଁ ନିବେଦନ କରିଥିଲେ।
ଅଦାଲତ ମତରେ ଗାଈକୁ ଜାତୀୟ ପଶୁ ଭାବରେ ଘୋଷଣା କରାଯିବା ଏବଂ ତାକୁ ସୁରକ୍ଷା ପ୍ରଦାନ କରିବା ହିନ୍ଦୁ ଧର୍ମାବଲମ୍ବୀ ବାସୀଙ୍କର ଏକ ମୌଳିକ ଅଧିକାର ହେବା ବିଧେୟ। ହିନ୍ଦୁ ମାନେ ବହୁ ଶତାବ୍ଦୀ ଧରି ଗାଈ ମାନଙ୍କୁ ପୂଜା କରି ଆସୁଛନ୍ତି। ଅଣ ହିନ୍ଦୁ ମାନେ ମୋଗଲ ରାଜତ୍ୱ ସମୟରେ ଖାଦ୍ୟ ପାଇଁ ଗାଈ ମାନଙ୍କୁ ହତ୍ୟା କରିବା ବିରୋଧ କରିଥିଲେ। ଯୀଶୁ ଖ୍ରୀଷ୍ଟ କହିଛନ୍ତି ଗୋଟିଏ ଗାଈ କିମ୍ବା ବୃଷଭକୁ ମୃତ୍ୟୁ ଦଣ୍ଡ ଦେବା ଜଣେ ମଣିଷକୁ ହତ୍ୟା କରିବା ସହ ସମାନ। ତିଳକ କହିଥିଲେ ମୋତେ ଆପଣ ମାନେ ହତ୍ୟା କରିପାରନ୍ତି କିନ୍ତୁ ଗାଇ ମାନଙ୍କୁ ହତ୍ୟା କରନ୍ତୁ ନାହିଁ। ପଣ୍ଡିତ ମଦନ ମୋହନ ମାଲବ୍ୟ ଗାଇଙ୍କୁ ଖାଦ୍ୟ ନିମନ୍ତେ ହତ୍ୟା କରିବା ନିଷେଧ କରୁଥିଲେ। ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଗାଈ ଏକ ଜୀବ ହିତକର ପଶୁ ତେଣୁ ଆମେ ସମସ୍ତେ ଗାଈକୁ ଦେବୀ ସଦୃଶ ପୂଜା କରିବା ସହିତ ଆଦୌ ଦଣ୍ଡ ଦେବା ନାହିଁ। ଗାଈର ଉପାଦେୟତା ସମ୍ପର୍କରେ ପଥ ପ୍ରାନ୍ତ ନାଟକ,ସ୍ଳୋଗାନ, ସଭାସମିତି, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ମାଧ୍ୟମରେ ଜନ ସଚେତନତା କରାଯିବା ଉଚିତ୍ ବହୁ ବୁଦ୍ଧିଜିବୀ ଉଚ୍ଛ ପ୍ରକାସ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading