ଦକ୍ଷିଣଦିଆ ଗ୍ରାମରୁ ଚୋରୀ, ସନ୍ଧାନୀ କୁକୁରକୁ ନେଇ ପୋଲିସ ତଦନ୍ତ ଆରମ୍ଭ



ପଟ୍ଟାମୁଣ୍ଡାଇତା ୧୧/୧୦-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ଦକ୍ଷିଣଦିଆ ଗ୍ରାମର ତାତନା ରାସ୍ତାରେ କିଆ ଯୋଡି ଗ୍ରାମର ଇତିଶ୍ରୀ ଶୁଭଦର୍ଶନୀ ତରାଇ ନାମକ ଜନୈକା ମହିଳା ଘର ଭଡା ନେଇ ରହୁଥିଲେ । ସେ ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ପ୍ରକଳ୍ପ ସଂଯୋଜକ ଚାକିରୀ କରନ୍ତି । ସେ ଦଶହରା  ଛୁତିରେ ନିଜ ଘରକୁ ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେତେକ ଦୁବୃର୍ତ୍ତ ତାଙ୍କ ଭଡା ଘରେ ପଶି ୬୦ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୬୦ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି ।  ଏ ସମ୍ପର୍କରେ ଘର ମଳିକଙ୍କ ଠାରୁ ଜାଣିବା ପରେ ଇତିଶ୍ରୀ ପଟ୍ଟାମୁଣ୍ଡାଇ ଆସି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗ ପାଇବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଏକ ମାମଲା ନଂ ୨୯୬/୨୪ରେ ଏକ ରୁଜୁ କରି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଂଚି ଏହି ମାମଲାର ତନାଘନା ଆରମ୍ଭ କରିଛି ।  ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ଓ ପୌର ପରିଷଦ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଦଶହରା ପୂଜା ଉତ୍ସବ ପାଇଁ ପୋଲିସ ବ୍ୟସ୍ତ ରହୁଥିବାରୁ ତଦନ୍ତ ପ୍ରକ୍ରିୟା କିଛି ପରିମାଣରେ ପ୍ରଭାବିତ ହୋଇଛି ।  ପୂଜା ଉତ୍ସବ ପରେ ଆଦର୍ଶ ଥାନା ପୋଲିସ ଏହି ମାମଲାର ପର୍ଦାଫାଶ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଆଇ ଆଇ ସି ଶ୍ରୀସାହୁ ପ୍ରକାଶ କରିଛନ୍ତି । 


Next Post

ପଟ୍ଟାମୁଣ୍ଡାଇ ମା’ ଦୁର୍ଗାଙ୍କ ପାଖରେ ପାଳିତ ହେଉଛି କୁମାରୀ ପୂଜା

Sat Oct 12 , 2024
ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ପଟ୍ଟାମୁଣ୍ଡାଇ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଙ୍ଗାଳିସାହି ପୂଜା ମଣ୍ଡପରେ ମା’ଙ୍କୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜା କରାଯାଉଛି। ମହାନବମୀ ଅବସରରେ ମା’ ଦୁର୍ଗାଙ୍କ ପାଖରେ ପାଳିତ ହେଉଛି କୁମାରୀ ପୂଜା। ଦେବୀ ରୂପରେ ସଜେଇ ହୋଇଛନ୍ତି ୯ ଜଣ କୁନି କୁନି ଝିଅ। ମୁଣ୍ଡରେ […]

You May Like