କଜଳା ଶିରିଡି ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା



କେନ୍ଦ୍ରାପଡା, ୧୨/୧୦: ଆଶ୍ୱିନ ମାସ ଶୁକ୍ଳପକ୍ଷ ଶନିବାର ଦିନ କେନ୍ଦ୍ରାପଡା ସହରରେ ୨୧ନଂ ୱାର୍ଡ ଅନ୍ତର୍ଗତ କଜଳା ଗୋଲ୍‌ଡେନ୍ ଭିଲ୍ଲା ସ୍ଥିତ ଶିରିଡି ସାଇବାବାଙ୍କ ୧୦୬ତମ ପୂଣ୍ୟତିଥି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସାଇ ମନ୍ଦିରରେ ପ୍ରାତଃ ୫.୩୦ ସମୟରେ କାକଡ ଆଳତୀ, ୬ଟା ୩୦ ସମୟରେ ବାବାଙ୍କ ମହାସ୍ନାନ ପାଇଁ ୧୦୮ କଳସ ଶୋଭାଯାତ୍ରା କରାଯାଇ ମହାସ୍ନାନ, ରୁଦ୍ରାଭିଷେକ ଓ ନେତ ପରିବର୍ତ୍ତନ କରାଯାଇଥିଲା । ଏହାପରେ ୯ଟା ବେଳେ ସମାଧି ପୂଜନ କରାଯିବା ପରେ ୧୦ଟା ବେଳେ ୧୦୦୮ ମନ୍ତ୍ରରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଆଳତୀ କରାଯିବା ପରେ ସୀମା ଲଙ୍ଘନ ଉତ୍ସବ ପାଳନ କରାଯାଇଥିଲା । ଅପରାହ୍ନ ୪ଟା ବେଳେ ୧୦୬ତମ ମହାସମାଧି ଉତ୍ସବ ଉପଲକ୍ଷେ ମହାସମାରୋହରେ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ନଗର କୀର୍ତ୍ତନ କରାଯାଇ ଗୋଲ୍‌ଡେନ୍ ଭିଲ୍ଲା ସାଇ ମନ୍ଦିରରୁ ବାହାରି କଜଳା, ନୂଆ ବସ୍‌ଷ୍ଟାଣ୍ଡ, କାକଟ ଦେଇ ପୁରୁଣା ବସ୍‌ଷ୍ଟାଣ୍ଡ, ସାନ୍ତସାହିରୁ ପୁଣି ସେହି ବାଟରେ କଜଳା ସାଇ ମନ୍ଦିରକୁ ଆସିବା ପରେ ସୀମା ଲଙ୍ଘନ ଉତ୍ସବ ଓ ଶେଯ ଆଳତି କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି ଉତ୍ସବରେ ସାଇ ପରିବାରର ସ୍ପିରିଚୁଆଲ୍ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ତୁଷାରକାନ୍ତଙ୍କ ନିର୍ଦ୍ଦେଶରେ ସଭାପତି ମା’ ସୁଧାଂଶୁବାଳା, ସମ୍ପାଦକ ପ୍ରସନ୍ନ ସାମଲ, ଦୀପିକା ମିଶ୍ର, ସୁବ୍ରତ ରାଉତ, ଶ୍ରୀୟାସ୍ମିତା ରାଉତ, ପ୍ରିୟବ୍ରତ ଦାଶ, ଜୟଶ୍ରୀ ପତି, ଦୁର୍ଯ୍ୟୋଧନ ମହାରଣା, ବିଦ୍ୟାଧର ବେହେରା, ବିଚିତ୍ର ନାୟକ, ଜ୍ଞାନରଞ୍ଜନ ରାଉତ, ରାଜେଶ ପାତ୍ର, ପ୍ରିତୀପ୍ରଜ୍ଞା ପ୍ରଧାନ, ସ୍ୱୟଂପ୍ରଜ୍ଞା ପ୍ରଧାନ, ମନୋରଞ୍ଜନ ନାୟକ, ଆଦିତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଏହି ପାଲିଙ୍କି ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଶତାଧିକ ସାଇଭକ୍ତ ଯୋଗ ଦେଇଥିଲେ ।


Next Post

ଦୁଷ୍ଟଶକ୍ତିର ଦମନ ରାବଣପୋଡ଼ିର ମୁଖ୍ୟ ଉଦ୍ଦେଶ୍ୟ

Mon Oct 14 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ପୂଜାମଣ୍ଡପରେ ମହାମାୟୀଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍‌ଯାପିତ ହୋଇଯାଇଛି। ଏହି ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦୁଷ୍ଟଶକ୍ତିର ଦମନ ରାବଣପୋଡ଼ିର ମୁଖ୍ୟ ଉଦ୍ଦେଶ୍ୟ ନେଇ  ପୋଖରିଆପଡା ଦୁର୍ଗାପୂଜା କମିଟି ତରଫରୁ ରାବଣ ପୋଡି ଉତ୍ସବପାଳନ କରାଯାଇଛି ।  ସ୍ଥାନୀୟ ଏମଏନ […]

You May Like