ପଟ୍ଟାମୁଣ୍ଡାଇ ୧୪/୧୦-ସାରା ଓଡିଶାରେ ସୁନାମ ଅର୍ଜନ କରିଥିବା ପଟ୍ଟାମୁଣ୍ଡାଇର ଶାରଦୀୟ ଦୂର୍ଗା ପୂଜା ଭସାଣି ଉତ୍ସବରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତବର୍ଷ ପୋଖରୀଆପଡା ଦୂର୍ଗା ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ଡିଜେ ଓ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବାଜା । ଯନ୍ତ୍ରାଂଶ ସମ୍ବଳିତ ବାଦ୍ୟ ଯନ୍ତ୍ର ଓ ପ୍ରାୟ ୫ଟି ଟ୍ରକରେ ଆସିଥିବା ଏହି ବାଜା ଓ ଏହାର ବିଭିନ୍ନ ଯନ୍ତ୍ରାଂଶ ସଂଗୀତ ଶୁଣିବା କେନ୍ଦ୍ରାପଡ଼ା ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ଅଂଚଳରୁ ପ୍ରାୟ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆରେ ଥିବା ଏହି ଝାଡ଼ଖଣ୍ଡ ସାଜନ ଡିଜେ ଓ ପଓାର ମିଉଜିକର କମ୍ପିଟେସନ ଦେଖିବାକୁ ଦିନ ୧୨ଟା ରୁ ଲୋକଙ୍କ ସୁଅ ଛୁଟିବା ସହିତ ପ୍ରାୟ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ପଟ୍ଟାମୁଣ୍ଡାଇ ସହର ସମେତ ସହରାଂଚଳ ଓ ଗ୍ରାମାଂଚଳର ବିଭିନ୍ନ ରାସ୍ତାଘାଟ ଯାମ ହୋଇଯାଇଥିଲା । ଅସମ୍ଭବ ଭିଡ଼ ଯୋଗୁଁ ମା ଦୂର୍ଗାଙ୍କ ଭସାଣି ଉତ୍ସବ ପ୍ରଭାବିତ ହେବା ସହିତ ଖାଲି ପାଦରେ ଚାଲିକରି ଯିବା କଷ୍ଟକର ହୋଇପଡିଥିଲା । ପୋଖରୀଆପଡା ମା ଦୂର୍ଗା ମେଢ଼ କମିଟିଙ୍କ ଅନୁରୋଧ ସତ୍ୱେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏଥି ପାଇଁ ଅନୁମତି ପ୍ରଦାନ କରିନଥିଲା । ଯାହାଫଳରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଲକ୍ଷାଧିକ ଲୋକ ଝାଡ଼ଖଣ୍ଡ ଡି ଜେ ବାଜା ଦେଖି ନପାରି ଫେରି ଯାଇଥିଲେ । ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜା ଉତ୍ସବର ୭୫ ବର୍ଷ ଇତିହାସ ଭିତରେ ଏଭଳି ଅଭାବନୀୟ ଦୃଶ୍ୟ କେବେ ଦେଖିବାକୁ ମିଳି ନଥିଲା ଓ ପଟ୍ଟାମୁଣ୍ଡାଇରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା ଓ ଆଇଆଇସି ସୁଶାନ୍ତ ସାହୁ ଭିଡ଼ ନିୟଂତ୍ରଣ କରିବା ପାଇଁ ନାକେଦମ ହେବାକୁ ପଡିଥିଲା ।
kanikanews.in
Next Post
ଦୁଇଜଣିଆ କେନ୍ଦ୍ରୀୟ ଅଧିକାରୀଙ୍କ କେନ୍ଦ୍ରାପଡା ଗସ୍ତ
Mon Oct 14 , 2024
କେନ୍ଦ୍ରାପଡା, ୧୪ା୧୦: କେନ୍ଦ୍ରାପଡାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି ଦୁଇଜଣ କେନ୍ଦ୍ରୀୟ ଅଧିକାରୀ । ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜାତୀୟ ଜୀବିକା ମିଶନର ବରିଷ୍ଠ ପ୍ରୋଜେକ୍ଟ ଅଧିକାରୀ ଅନୁପ ଯୋଶୀ ଓ ବରିଷ୍ଠ ପ୍ରୋଗ୍ରାମ କୋଡିନେଟର ସଚୀ ଯୋଗେନ୍ଦ୍ରନାଥ ବର୍ମା ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ […]

You May Like
- 1 year ago
ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ
- 4 months ago
କାଠିଆଡାରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପନ
- 8 months ago
କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ
- 1 year ago
ବିଭିନ୍ନ ବ୍ରାଣ୍ଡର ଏକ୍ସପାରୀ ସିମେଣ୍ଟ ବିକ୍ରି