ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା କଡରେ ଶହ ଶହ ଚିଠି ପଡିଛି


  1. କେନ୍ଦ୍ରାପଡ଼ା, ୧୫ା୧୦: କେନ୍ଦ୍ରାପଡା ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା କଡରେ ଶହ ଶହ ସଂଖ୍ୟାରେ ଚିଠି ଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟ ଚକିତ କଥା ହେଉଛି ଏହି ଛିଠି ଗୁଡିକ ସଦ୍ୟ ଡାକରେ ଆସିଥିବା ଚିଠି ଭଳି ପ୍ରତୀୟମାନ ହେଉଛି। ଅଧିକାଂଶ ଚିଠି ଗୁଡିକ କେନ୍ଦ୍ରାପଡା ଡାକ ଅଧୀକ୍ଷକଙ୍କ ନାମରେ ଆସିଥିବା ଚିଠି ଉପରେ ଠିକଣା ଲେଖାଯାଇଛି। କିଏ କାହିଁକି ଏଭଳି ଭାବରେ ଚିଠି ଗୁଡିକ ରାସ୍ତାକଡରେ ପକାଇ ଦେଇଛି ତାହା ବୁଝା ପଡୁନାହିଁ। ଏସମ୍ପର୍କରେ ଡାକ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନାହିଁ।

Discover more from

Subscribe now to keep reading and get access to the full archive.

Continue reading