ପୁନର୍ବାସ ପକ୍ଷରୁ ଯୁବ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ କମ୍ପୁଟର ପ୍ରଦାନ



କେନ୍ଦ୍ରାପଡା ୧୭/୧୦ – ପୁନର୍ବାସ ପକ୍ଷରୁ ଛୋଟ ଛୋଟ ଉଦ୍ୟେ।।ଗ କରି ନିଜ ନିଜକୁ ସ୍ୱାବଲମ୍ବୀ କରିବାକୁ ପ୍ରୟାସ ଜାରି ରଖିଥିବା ଚାରି ଜଣ ଯୁବ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଓ ସହାୟକ ଉପକରଣ ପ୍ରଦାନ କରାଯାଇଛି । କୌଣସି କାରଣ ବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ଅଥବା ଜନ୍ମରୁ ଭିନ୍ନକ୍ଷମତାର ଶିକାର ହୋଇଥିବା ପଲ୍ଲୀ ରଘୁନାଥପୁରର ସଚିକାନ୍ତ ମଲ୍ଲିକ, ହରିଅଙ୍କର ବଳରାମ ସ୍ୱାଇଁ, କେନ୍ଦ୍ରାପଡା ସହର ଦିଲୱାରପୁରର ସୟଦ ଅଲ୍ଲୀ ଓ ମାର୍ଶାଘାଇ ଆଠବାଟିଆର ଅର୍ଜୁନ କୁମାର ନାୟକଙ୍କୁ ସମ୍ମାନଜନକ ଆତ୍ମନିର୍ଭରଶୀଳ ଜୀବନ ନିର୍ବାହ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି। ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଅର୍ବାନ୍ କୋପରେଟିଭ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଶାନ୍ତା ନୂତନ ସମଦ, ବିଶିଷ୍ଟ ସମାଜସେବୀ ଗାୟତ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଦୃଢ ମନୋବଳ ସେମାନଙ୍କୁ କେବଳ ସଫଳ କରାଇବାରେ ସମର୍ଥ କରି ନ ଥାଏ ବରଂ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ ସୃଷ୍ଟି କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ଏହିପରି ଭିନ୍ନକ୍ଷମ ଯୁବ ଉଦ୍ୟୋଗୀମାନଙ୍କୁ ଅର୍ବାନ ବ୍ୟାଙ୍କ୍ ତରଫରୁ ସ୍ୱଳ୍ପ ସୁଧରେ ଋଣ ଯୋଗାଇଦେବାକୁ ଶ୍ରୀ ରାଉତରାୟ ମୁଖ୍ୟ ଅତିଥିଙ୍କୁ ଅନୁରୋଧ କରିଥିଲେ । ବ୍ୟାଙ୍କ ଏ ଦିଗରେ ସହୃଦୟତାର ସହ ବିଚାର କରି ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରୟାସ କରିବ ବୋଲି ଶ୍ରୀଯୁକ୍ତ ମହାନ୍ତି ଆଶ୍ୱାସନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜନଗରର ପାରାପ୍ଲେଜିକ୍ ନିର୍ମଳ ଧଳ, କୋରର ଅମରେଶ ଜେନା ଓ ଇଚ୍ଛାପୁରର ଅମିୟ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିଜ ନିଜର କ୍ଷୁଦ୍ର ସଙ୍ଘର୍ଷମୟ ସଫଳ ଜୀବନର କାହାଣୀ ବର୍ଣ୍ଣନା କରି ଥିଲେ । ପୁନର୍ବାସର ସଭ୍‌ଯ କାର୍ଯ୍ୟକର୍ତ୍ତା ସ୍ୱପ୍ନାଂଶୁ କୁମାର ଦାସ, ଶେଷଦେବ ପ୍ରସାଦ ଦାସ, ନୃସିଂହ ତ୍ରିପାଠୀ, ଇଂ ଲକ୍ଷ୍ମୀକାନ୍ତ ନାୟକ, କ୍ଷୀରୋଦ କର, ସଂଜୟ କୁମାର ଜେନା, ଗୌତମ୍ ସାହୁ, ସଂଜୀବ କୁମାର ଜେନା, ମନୋଜ କୁମାର ବିଶ୍ୱାଳ,ମିହିର ବାରିକ,ଦୀପକ ସାହୁ ଓ ଗାୟତ୍ରୀ ପୃଷ୍ଟି ପ୍ରମୁଖ ଯୋଗ ଦେଇ ସହଯୋଗ ଓ ପରିଚାଳନା କରିଥିଲେ । ସର୍ବଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।


Next Post

କନକମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

Thu Oct 17 , 2024
କେନ୍ଦ୍ରାପଡା,୧୫ା୧୦: ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବସନ୍ତ କୁମାର ପତିଙ୍କ ଧର୍ମପତ୍ନୀ ଧର୍ମପରାୟଣା ମହିଳା କନକ ମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ମହିପାଳସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ୟାକ୍ସ ଆପିଲ ଟ୍ରିବ୍ୟୁନାଲ ବିଚାରପତି ଯଥା ସ୍ୱର୍ଗତ ମଞ୍ଜରୀ ଦେବୀଙ୍କ ବଡପୁଅ ଶୁଭେନ୍ଦୁ ପତିଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ୍‌ନେସନ୍‌(ମିଳିତ ଜାତିସଂଘ)ର ପରାମର୍ଶଦାତା ଦେବୀ ପ୍ରସାଦ ଦାସ, ଇଂ ଗୁରୁ ପ୍ରସାଦ […]

KANIKA