କନକମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ


କେନ୍ଦ୍ରାପଡା,୧୫ା୧୦: ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବସନ୍ତ କୁମାର ପତିଙ୍କ ଧର୍ମପତ୍ନୀ ଧର୍ମପରାୟଣା ମହିଳା କନକ ମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ମହିପାଳସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ୟାକ୍ସ ଆପିଲ ଟ୍ରିବ୍ୟୁନାଲ ବିଚାରପତି ଯଥା ସ୍ୱର୍ଗତ ମଞ୍ଜରୀ ଦେବୀଙ୍କ ବଡପୁଅ ଶୁଭେନ୍ଦୁ ପତିଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ୍‌ନେସନ୍‌(ମିଳିତ ଜାତିସଂଘ)ର ପରାମର୍ଶଦାତା ଦେବୀ ପ୍ରସାଦ ଦାସ, ଇଂ ଗୁରୁ ପ୍ରସାଦ ଦାସ, ପୂର୍ବତନ ଡିପିଆଇ ପାର୍ବତୀ ଚରଣ ପତି, ଚାଟାର୍ଡ ଆକାଉଣ୍ଟ ବି.ଏନ୍‌. ମିଶ୍ର, ବିଶିଷ୍ଟ ଚିକିତ୍ସକ ଡଃ ବିଶ୍ୱ ପ୍ରକାଶ କାନୁନଗୋ, ଆଇନଜୀବୀ ବଳଦେବ ପ୍ରସାଦ ସାମନ୍ତରାଏ, ବାର୍ ଆସୋସିଏସନର ଉପସଭାପତି ସୁଶ୍ରୀ ନାୟକ, ଆଇନଜୀବୀ ମହେଶ୍ୱର କର, ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ରୋଟାରିୟାନ ମୃଣାଳ କାନ୍ତ ନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଶ୍ରୀମତୀ ଦେବୀଙ୍କ ସ୍ମୃତିଚାରଣ କରି ତାଙ୍କର ଅନ୍ୟମାନଙ୍କ ପ୍ରତି ସ୍ନେହଭାବ, ସେବା, ଠାକୁରଙ୍କ ପ୍ରତି ଭକ୍ତି ଉପରେ ଆଲୋକପାତ କରିଥିଲେ । ସ୍ଥାନୀୟ କାଉନ୍‌ସିଲର ଅସୀମା ନାୟକ, ପୂର୍ବତନ ପ୍ରାଧ୍ୟାପକ ବିକାଶ ଚରଣ ଦାସ, ସିନିୟର ଅଡିଟର ଜଗଦେବ ପ୍ରସାଦ ନନ୍ଦ, ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟାକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କନକ ମଞ୍ଜରୀ ଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗୀୟା କନକ ମଞ୍ଜରୀ ଦେବୀଙ୍କ କନିଷ୍ଠ ପୁତ୍ର ସନ୍ଦୀପ ପତି ବିଦେଶ (ଫ୍ରାନ୍ସ) ଗସ୍ତରେ ଥିବାରୁ ତାଙ୍କ ପ୍ରେରିତ ଶ୍ରଦ୍ଧାଞ୍ଜଳୀ ବାର୍ତ୍ତା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।


Next Post

ଗାଁ ଛକ ପିଣ୍ଡି , ଅକ୍ଟୋବରରେ ବାତ୍ୟା ଭୟ

Fri Oct 18 , 2024
ଗାଁ ଛକ ପିଣ୍ଡି ଉପରେ ଗାଁ ଲୋକେ ବସି ଆଲୋଚନା re ଅକ୍ଟୋବର ମାସରେ ବାତ୍ୟା ଆସିଲେ ବଡ ଭୟ ଲାଗେ । ନରେନ୍ଦ୍ର ବାବୁ – ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭି ନାହିଁ। ପୁଣି ଅକ୍ଟୋବର ୨୨ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ମଡେଲ ପକ୍ଷରୁ […]

KANIKA