ଗାଁ ଛକ ପିଣ୍ଡି , ଅକ୍ଟୋବରରେ ବାତ୍ୟା ଭୟ


ଗାଁ ଛକ ପିଣ୍ଡି ଉପରେ ଗାଁ ଲୋକେ ବସି ଆଲୋଚନା re ଅକ୍ଟୋବର ମାସରେ ବାତ୍ୟା ଆସିଲେ ବଡ ଭୟ ଲାଗେ ।

ନରେନ୍ଦ୍ର ବାବୁ – ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭି ନାହିଁ। ପୁଣି ଅକ୍ଟୋବର ୨୨ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ମଡେଲ ପକ୍ଷରୁ ଆକଳନ କରାଯାଇଛି। ଯଦି ବାତ୍ୟା ହୁଏ ତେବେ !

ଚିତବାବୁ -ଓଡ଼ିଶାରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ବାତ୍ୟା ପରେ ୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ‘ତିତିଲି’ । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବର ମାସରେ ପୁଣି ଘାରିଛି ଓଡ଼ିଶାକୁ ବାତ୍ୟା ଭୟ।

ସଂଜୟ ବାବୁ-ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନାନୁସାରେ ୨୩ ତାରିଖରେ ଲଘୁଚାପ ଓ ୨୪ତାରିଖରେ ଅବପାତରେ ପରିଣତ ହୋଇ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି ।

ପିଂଟୁ ବାବୁ -ତେବେ ଏହି ଅକ୍ଟୋବରରେ ମହାବାତ୍ୟା ଆସିଥିଲା। ତେଣୁ ଅକ୍ଟୋବରରେ ଲଘୁଚାପ ଆସିବା ମାତ୍ରେ ମହାବାତ୍ୟା ଦୃଶ୍ୟକୁ ମନେପକାଇ କେନ୍ଦ୍ରାପଡା ଜିଲାର ଲୋକଙ୍କ ଛାତିରେ ଛନକା ପଶିବା ସହିତ ଚାଷୀକୁଳ ଭୟଭୀତ ହୋଇପଡିଛନ୍ତି।

ବିଜୟ ବାବୁ କହିଛନ୍ତି, ଅକ୍ଟୋବରରେ ବାତ୍ୟା ଆସିଲେ ଉପକୂଳ ଚାଷୀଙ୍କୁ ଭୟ ଡରାଏ । କାରଣ ଏହି ସମୟରେ ଧାନ ଫସଲ ଫୁଲ ଉଡାଉଥାଏ ବା ପେଟଥୋଡ କରୁଥାଏ।

ନରେନ୍ଦ୍ର ବାବୁ – ଚଳିତ ଖରିପ ଋତୁରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରାୟ ୧୧,୦୦୦ ହେକ୍ଟରରେ ଧାନ ଚାଷ ହୋଇଛି। ଏହା ଅମଳ ହେଲେ ଅନ୍ୟୁନ ୬୦ ହଜାର ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେଣୁ ଅମଳ ହେବା ପାଇଁ ସାଢେ ୩ ମାସରୁ ସାଢେ ୪ ମାସ ଅର୍ଥାତ୍ ଥୋଡ ବାହାରିବାର ୪୫ ଦିନ ପରେ ଅମଳ ହେବା କଥା। ଏବେ ପ୍ରାୟତଃ ବିଲରେ ଧାନ ପେଟଥୋଡ ବାହାରିଛି। ବାତ୍ୟା ହେଲେ ଏହା ଅଗାଡି ହୋଇଯିବ।

ଚିତବାବୁ- ଯଦି ବାତ୍ୟ ନ ହୋଇ ଲଗାଣ ବର୍ଷା ହୁଏ ଜଳ ନିସ୍କାସନ ସମସ୍ୟା ଦେଖା ଦେବ । କାରଣ ଡ୍ରେନେଜ କଟ୍ ସବୁ ପୋତିହୋଇ ପଡିଛି । ଜଳ କ୍ଷେତରେ ଜମିରହିଲେ ପେଟଥୋଡ ଧାନ ପାଇଁ ବିପଦ। ଧାନ ଓ ପନିପରିବାରେ ପୋକ ଲାଗିଯିବେ।

ନରେନ୍ଦ୍ର ବାବୁ-ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବ୍ୟାପକ ବିରି ଚାଷ ହୋଇଛି।ବାତ୍ୟା ପ୍ରଭାବରେ ଯଦି ଅଧିକ ବର୍ଷା ହେବ ତେବେ ଫସଲ ସବୁ ଉଜୁଡିଯିବା ଚିନ୍ତା ଚାଷୀଙ୍କୁ ଘାରିଛି।


Next Post

କୁମାର ଉତ୍ସବରେ ନୃତ୍ୟ ଓ ସଙ୍ଗୀତରେ ସଭିଏଁ ବିଭୋର

Fri Oct 18 , 2024
କେନ୍ଦ୍ରାପଡା, ୧୮ା୧୦: ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କୁମାର ଉତ୍ସବ-୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ […]

KANIKA