ନରସିଂହପୁରରେ ମହା ଆଡ଼ମ୍ବରରେ ଚାଲିଛି ମାଆ ଗଜଲକ୍ଷ୍ମୀ ପୂଜା



ପଟ୍ଟାମୁଣ୍ଡାଇ ୨୦/୧୦ -ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଠାରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ନରସିଂହପୁର ଗଜଲକ୍ଷ୍ମ ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେବ ସେଠାରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଆସୁଛି ।ସୁନ୍ଦର ଆଲୋକ ସାଜସଜ୍ଜାରେ ନରସିଂହପୁର ଗ୍ରାମ ଝଲସୁଥିବା ବେଳେ ପୂଜା ମଣ୍ଡପରେ ମା’ଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳିଛି । କୁମାର ପୂର୍ଣ୍ଣିମା ଠାରୁ ରବିବାର ପର୍ଯ୍ୟନ୍ତ ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହିତ ପାରମ୍ପରିକ ପୂଜାକର୍ମ ଏବଂ ହୋମଯଜ୍ଞ ଅନୁଷ୍ଠିତ ହେଉଛି । ଚାଲିଥିବା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ବୁଧବାର ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଓ ଗୁରୁବାର ବହ୍ମଚାରୀ ହିମାଂଶୁ ଚୈତନ୍ୟଙ୍କ ଆଧ୍ୟାତ୍ମିକ ପ୍ରବଚନ ଦେଇଥିବା ବେଳେ ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରତ୍ୟେକ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳିଛି  । ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ‘ଙ୍କ ଆରାଧନାରେ ଗ୍ରାମବାସୀ ନିଜକୁ ସାମିଲ କରିଛନ୍ତି । ନରସିଂହପୁର ସରପଞ୍ଚ  ଦିପ୍ତିମୟୀ ପରିଡା ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । କମିଟି ସଭାପତି ପ୍ରଭାକର ସାହୁ, ସଂପାଦକ ଦତହରି ରାଉତ, ଶଶିଭୁଷଣ ବିଶ୍ଵାଳ, ସୁଶାନ୍ତ ରାଉତ, ନିର୍ମଳ ସତପଥି, ତାପସ ରାଉତ, ଦିପୁ ରାଉତ, ସୁଶାନ୍ତ ଦାସ ସମେତ ଗ୍ରାମର ଯୁବକମାନେ ଏହି ଗଜଲକ୍ଷ୍ମୀ ପୂଜା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


Next Post

ଓମ୍‌ସାର ସଭାପତି ହେଲେ ଡା. କିଶୋର ମିଶ୍ର ସଞ୍ଜିତ ପୂର୍ବ ଜୋନ୍ ଯୁଗ୍ମ ସମ୍ପାଦକ, ନୃପେନ କାର୍ଯ୍ୟକାରୀ କମିଟି ସଦସ୍ୟ

Sun Oct 20 , 2024
କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଓମ୍‌ସାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ମୋଟ୍ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ଡା. ମିଶ୍ର ୮୬ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଡା. ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ୧୦୧୧ଖଣ୍ଡ ଭୋଟ ମିଳିଥିବା ବେଳେ ଡା. ମିଶ୍ର […]

KANIKA