ଓମ୍‌ସାର ସଭାପତି ହେଲେ ଡା. କିଶୋର ମିଶ୍ର ସଞ୍ଜିତ ପୂର୍ବ ଜୋନ୍ ଯୁଗ୍ମ ସମ୍ପାଦକ, ନୃପେନ କାର୍ଯ୍ୟକାରୀ କମିଟି ସଦସ୍ୟ



କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଓମ୍‌ସାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ମୋଟ୍ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ଡା. ମିଶ୍ର ୮୬ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଡା. ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ୧୦୧୧ଖଣ୍ଡ ଭୋଟ ମିଳିଥିବା ବେଳେ ଡା. ମିଶ୍ର ୧୦୯୭ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଏଡିଏମ୍‌ଓ ଡା. ନୃପେନ୍ ଶତପଥି କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ଭେଷଜ ବିଶେଷଜ୍ଞ ଡା. ସଞ୍ଜିତ ସେଠୀ ପୂର୍ବ ଜୋନ୍‌ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ଡାକ୍ତରମାନଙ୍କୁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଶୁଭେତ୍ସାର ସୁଅ ଛୁଟିଛି।


Next Post

ବଳଦେବ ହାଇସ୍କୁଲର ୧୯୭୭ବ୍ୟାଚ ଗୁରୁ ପୂଜନ

Sun Oct 20 , 2024
କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡା ବଳଦେବ ହାଇସ୍କୁଲର ୧୯୭୭ମାଟ୍ରିକ ବ୍ୟାଚ ପକ୍ଷରୁ ଏକ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଙ୍ଗୁଳାଇସ୍ଥିତ ପିଏନଏସ ଯାନ୍ତ୍ରିକ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ଉତ୍ସବରେ ୪୭ବର୍ଷର ପୁରୁଣା ୩୨ଜଣ ବନ୍ଧୁ ଏକାଠି ହୋଇ ସେମାନଙ୍କର ସେହି ସ୍କୁଲ ବେଳର ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ବିତି ଯାଇଥିବା ସମୟର ସ୍ରୋତ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା […]

KANIKA