ଓମ୍‌ସାର ସଭାପତି ହେଲେ ଡା. କିଶୋର ମିଶ୍ର ସଞ୍ଜିତ ପୂର୍ବ ଜୋନ୍ ଯୁଗ୍ମ ସମ୍ପାଦକ, ନୃପେନ କାର୍ଯ୍ୟକାରୀ କମିଟି ସଦସ୍ୟ



କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଓମ୍‌ସାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ମୋଟ୍ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ଡା. ମିଶ୍ର ୮୬ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଡା. ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ୧୦୧୧ଖଣ୍ଡ ଭୋଟ ମିଳିଥିବା ବେଳେ ଡା. ମିଶ୍ର ୧୦୯୭ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଏଡିଏମ୍‌ଓ ଡା. ନୃପେନ୍ ଶତପଥି କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ଭେଷଜ ବିଶେଷଜ୍ଞ ଡା. ସଞ୍ଜିତ ସେଠୀ ପୂର୍ବ ଜୋନ୍‌ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ଡାକ୍ତରମାନଙ୍କୁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଶୁଭେତ୍ସାର ସୁଅ ଛୁଟିଛି।


Discover more from

Subscribe now to keep reading and get access to the full archive.

Continue reading