ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା,୨୧/୧୦: ଆଜି ଗରାପୁର ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୭ ତାରିଖରେ ୫ନଂ ଜୋନ୍‌ର ପଦଯାତ୍ରା ଧୂମାତ ଗାନ୍ଧୀପୀଠରୁ ଆରମ୍ଭ ହୋଇ ଇନ୍ଦୁପୁର ଗାନ୍ଧୀମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୭ନଂ ଜୋନ୍‌ର ଚୌଦକୁଲାଟ ଗାନ୍ଧୀମଣ୍ଡପଠାରୁ ଅରୁଆ ହାଇସ୍କୁଲ୍ ପର୍ଯ୍ୟନ୍ତ ଆସନ୍ତା ୨୮ତାରିଖରେ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି ଆଲୋକ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶୀଷ ମହାନ୍ତି, ପ୍ରତାପ ମହାପାତ୍ର, ବାସୁଦେବ ଜେନା, ଚିତ୍ତ ସାହୁ, ବିଜନ ମଲ୍ଲିକ, ଚନ୍ଦ୍ରକାନ୍ତ ରାଉତ, ଅସିତ ଧଳ, ଅଶୋକ ବରାଳ, ଶରତ ସାମଲ, ରଞ୍ଜିତ ଜେନା, ନାରଣ ପରିଡା, ବାପି ପରିଡା ଉପସ୍ଥିତ ଥିଲେ।


Next Post

ପୋଖରୀଆପଡା ଗାଁ ପୁଅ ସୁନୀଲ ଓଏଏସ ପାଇ ପୌରାଂଚଳ ପାଇଁ ଗୌରବ ଆଣିଲେ

Mon Oct 21 , 2024
ପଟ୍ଟାମୁଣ୍ଡାଇ ୨୧/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ଗାଁ ପୁଅ ସୁନୀଲ ସ୍ୱାଇଁ ଓଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପିତା ସନତ ସ୍ୱାଇଁ (ବୁଢ଼ା )ଜଣେ ବ୍ୟବସାୟୀ ହୋଇଥିବାବେଳେ ମା ସୁଷମା ସ୍ୱାଇଁ ଜଣେ ଗୃହିଣୀ । ସୁନୀଲ ପିଲା ଦିନରୁ ମେଧାବୀ ଛାତ୍ରୀ ଭାବେ ବିଭିନ୍ନ ପରୀକ୍ଷାରେ ସଫଳତା ହାସଲ କରି ନିଜର ଅନନ୍ୟ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି । ଚଳିତ […]

KANIKA