ବାତ୍ୟା ଦାନା ବଙ୍ଗୋପସାଗରରେ ଶକ୍ତି ଜୁଟାଇ ଲଘୁଚାପ ହୋଇ ପଶ୍ଚିମ ଉତର ପଶ୍ଚିମ ଦିଗରେ ମାଡ଼ି ଆସୁଛି।


ଭୁବନେଶ୍ୱର: ବାତ୍ୟା ଦାନା ବଙ୍ଗୋପସାଗରରେ ଶକ୍ତି ଜୁଟାଇ ଲଘୁଚାପ ହୋଇ ପଶ୍ଚିମ ଉତର ପଶ୍ଚିମ ଦିଗରେ ମାଡ଼ି ଆସୁଛି। ୨୨ ସକାଳୁ ଅବପାତ, ସନ୍ଧ୍ୟାରେ ଗଭୀର ଅବପାତରେ ପରିଣତ ହେବ। ୨୩ ସକାଳୁ ବାତ୍ୟାର ରୂପ ନେବ ।ଏହା ପରେ, ୨୪ ତାରିଖ ସକାଳ ସୁଦ୍ଧା ଉତର-ପଶ୍ଚିମ ଦିଗ ବଙ୍ଗୋପସାଗରରେ ଯାଇ ଓଡ଼ିଶାର ପୁରୀ ଏବଂ ବାଲେଶ୍ୱର ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ ନେଇ ଏବେ ଲେକେସନ ଜଣାପଡ଼ି ନାହିଁ। ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି।

 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ବା ସର୍ବାଧିକ ବେଗରେ ୧୨୦ କିଲୋମିଟର ବେଗରେ ଗତି କରିବାର ସମ୍ଭାବନା ରହିଛି। ସେହିଭଳି ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିଲୋମିଟର ବେଗରେ, ସର୍ବାଧିକ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ। ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଉର୍ଦ୍ଧ ବର୍ଷା ସମ୍ଭାବନା ମଧ୍ୟ ରହିଛିକ୍ଷ ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ ।


Next Post

ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ସ୍ଥଗିତ ପାଇଁ ବୈଠକ

Tue Oct 22 , 2024
କେନ୍ଦ୍ରାପଡା,୨୨/୧୦: ଆଜି ଗରାପୁରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ କେନ୍ଦ୍ରପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ନଂ ଜୋନ୍ ଓ ୮ନଂ ଜୋନର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ପଦଯାତ୍ରାକୁ ବର୍ତ୍ତମାନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା ଓ ବାତ୍ୟା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। […]

KANIKA

Subscribe