ହାଇୱା ଗାଡରୁି ବ୍ୟାଟେରୀ ଚୋରୀ, ଥାନାରେ ଏତଲା



ପଟ୍ଟାମୁଣ୍ଡାଇ ୨୮/୧୦-ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମରୁ ୪ଟି ହାଇୱା ଟ୍ରକର ୮ଟି ବ୍ୟାଟେରୀ ଚୋରୀ ହୋଇଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି । ପ୍ରକାଶ ଯେ ଗତ ୨୫ ତାରିଖ ଝଡ଼ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପବନ ବହିବା ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଘନ ଅନ୍ଧକାର ସୁଯୋଗ ନେଇ କିଛି ଦୁବୃର୍ତ ଲଲାଟେନ୍ଦୁ ସ୍ୱାଇଁଙ୍କ ହାଇୱା ଟ୍ରକରୁ ୨ଟି ବ୍ୟାଟେରୀ, ସୁଶାନ୍ତ ପଣ୍ଡାଙ୍କ ୩ଟି ହାଇୱା ଟ୍ରକରୁ ୬ଟି ବ୍ୟାଟେରୀ ଚୋରୀ କରି ନେଇଛନ୍ତି । ଏ ସମ୍ପର୍କରେ ଉଭୟ ଲଲାଟେନ୍ଦୁ ସ୍ୱାଇଁ ଓ ସୁଶାନ୍ତ ପଣ୍ଡା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପୃଥକ ପୃଥକ ଏତଲା ଦାୟର କରିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଦୁଇଟି ମୋକଦମା ରୁଜୁ କରି ତଦନ୍ତ ଚଳାଇଛି । ସେହିପରି କେନ୍ଦ୍ରାପଡ଼ା ଥାନା ବାରୁଅ ଗ୍ରାମର ହାଇୱା ଟ୍ରକରୁ ୨ଟି ବ୍ୟାଟେରୀ ଓ ଆଳି ଥାନା ପତ୍ରପୁର ଅଂଚଳର ୪ଟି ଟ୍ରାକ୍ଟର ବ୍ୟାଟେରୀ ଚୋରୀ ଯାଇଥିବା ଜଣାପଡିଛି ।


Next Post

ଜିିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନରେ ଶପଥ ପାଠ

Mon Oct 28 , 2024
କେନ୍ଦ୍ରାପଡ଼ା,୨୮ା୧୦: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ଅକ୍ଟୋବର ୨୮ତାରିଖ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଲୋକସେବା ଭବନର କନଭେନ୍‌ସନ୍ ସଭାଗୃହରୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ସୋମବାର ପୂର୍ବାହ୍ନ […]

KANIKA