ପରିବେଶ ସୁରକ୍ଷା ପାଇଁ ଏକ ହୁଅ


କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ମହିଳା ସମିତି ଆନୁକୂଲ୍ୟରେ ୨୫ବର୍ଷ ତଳେ ହୋଇଥିବା ମହାବାତ୍ୟାର ଭୟବହତାକୁ ମନେପକାଇ ପରିବେଶ ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପଞ୍ଚାୟତ ମହାସଙ୍ଘର ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଡ. ଦିଲ୍ଲିପ କୁମାର ମିଶ୍ର, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଓ ସୀତାକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଗତ ମହାବାତ୍ୟାର ଭୟାବହତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହିତ ବୃକ୍ଷରୋପଣ ପାଇଁ ପରାମର୍ଶ ଦେଇଥିଲେ। ସସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ ସହ ସଭାର ଆଭିମୁଖ୍ୟ ଜ୍ଞାପନ କରିଥିଲେ।ଶେଷରେ ସମାଜସେବୀ ହରେକୃଷ୍ଣ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପସ୍ଥିତ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ସେଠାରୁ ବାହାରି ଗ୍ରାମ ପରିକ୍ରମା କରି ପରିବେଶ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିବା ସହ ସ୍ଥାନୀୟ ଠାକୁରାଣୀଙ୍କ ପୀଠରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading