
କେନ୍ଦ୍ରାପଡା,୨୮ା୧୦: ଆଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ସମସ୍ତ କାର୍ଯ୍ୟରତ କର୍ମଚାରୀମାନେ ବିଗତ ୨୦୧୩ ମସିହାଠାରୁ ଜିକିତଜା ହେଲଥ୍ କେୟାର ନାମକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ୧୦୮ ଆମ୍ବୁଲାନ୍ସରେ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବରେ ସେବା ଯୋଗାଇ ଦେଇଆସୁଛି । ଗତ ତା୨୧ା୧୦ା୨୦୨୪ରିଖଠାରୁ ନୂତନ କମ୍ପାନୀ ଏମ୍/ଏସ୍ ଇଏମଆରଆଇ ଗ୍ରୀନ ନାମକ ଠିକା ସଂସ୍ଥା ନୂତନ ଦାୟିତ୍ୱ ବହନ କରିଛି । ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା- ବନ୍ୟା, ବାତ୍ୟା, କରୋନା ମହାମାରୀ ଓ ସାମୂହିକ ଦୁର୍ଘଟଣା ଏମିତିକି ବାହାନଗା ଟ୍ରେନ୍ ଦୁର୍ଘଟଣା ପରିସ୍ଥିତିରେ ଜନସାଧାରଣମାନଙ୍କୁ ନିଜ ଜୀବନକୁ ଖାତିର୍ ନକରି ଖୁବ୍ କମ ପାରିଶ୍ରମିକରେ ରୋଗୀସବା ଯୋଗାଇ ଆସୁଛନ୍ତି । କିନ୍ତୁ ବଡଦୁଃଖ ଓ ପରିତାପର ବିଷୟ ସମସ୍ତ ଜିଲ୍ଲାର କର୍ମଚାରୀମାନେ ନିଜର ଦୁଃଖ ଜଣାଇବା ପାଇଁ ଖରା, ବର୍ଷା, ରାତି କଟାଇ ସମସ୍ତ ପ୍ରଶାସନ ଅଧିକାରୀ, ସମସ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସେମାନେ ଅଭିଯୋଗ ଜଣାଇଥିଲେ ମଧ୍ୟ କେହି ହେଲେ ବି ତାଙ୍କ ପ୍ରତି ଦୃଷ୍ଟି ଦେବା ଦୂରର କଥା ଶୁଣୁ ମଧ୍ୟ ନାହାଁନ୍ତି । ଯାହାଫଳରେ ଠିକା ସଂସ୍ଥା ନିଜର ମନମାନି ଆରମ୍ଭ କରିବା ସହ ସେମାନଙ୍କ ଭଳି ଗରିବ ମଧ୍ୟମିତ କର୍ମଚାରୀଙ୍କ ପେଟରେ ନାତ ମଧ୍ୟ ମାରୁଛି । ସେମାନେ ସମସ୍ତେ ନିମ୍ନ ଲିଖିତ ଦାବି ଗୁଡିକ ଉପସ୍ଥାପନ କରି କହିଛନ୍ତି ଯେ ଯଦି ଏହି ଦାବି ଗୁଡିକୁ ବିଚାର କରାନଯାଏ ତେବେ ତା୩୦ା୧୦ା୨୦୨୪ରିଖ ଦିନ ଜିପିଏସ ବନ୍ଦ କରି ରୋଗୀସେବା କରାଯିବ । ପୁନଃ ତା୦୧ା୧୧ା୨୦୨୪ରିଖଠାରୁ ସମ୍ପୂର୍ଣ୍ଣ ଭାବେ ସମସ୍ତ କର୍ମଚାରୀମାନେ ନିଜର ରୋଗୀ ସେବା ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଯାହାର କ୍ଷୟକ୍ଷତି ପାଇଁ ଠିକା ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ ଓ ସମସ୍ତ ପ୍ରଶାସନ ଅଧିକାରୀ ଦାୟୀ ରହିବେ ବୋଲି ସମସ୍ତ କର୍ମଚାରୀମାନେ କହିଛନ୍ତି ।
ଦାବିଗୁଡିକ ହେଲା- କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି କରାଯାଉ, କାର୍ଯ୍ୟ କରିବାର ସଠିକ୍ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ । ଯଦି କେହି କର୍ମଚାରୀ ଓଭରଡ୍ୟୁଟି କରୁଛି ୧ ଘଣ୍ଟାକୁ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକାସଂସ୍ଥାରୁ ମୁକ୍ତ କରାଇ ନିୟମିତ କରାଯାଉ, ୧୨ ଘଣ୍ଟାର କାର୍ଯ୍ୟକୁ ୧୨ ଘଣ୍ଟାର ପ୍ରାପ୍ୟ ଦିଆଯାଉ, ସେମାନେ ୧୨ ବର୍ଷ ବହୁ ମୂଲ୍ୟ ସମୟ ଦେଇସାରିଲା ପରେ ମଧ୍ୟ ଆରମ୍ଭରୁ ଦରମା ଯେତିକି ବର୍ତ୍ତମାନ ସେତିକି । ନୂତନ କର୍ମଚାରୀଙ୍କ ପରିଶ୍ରମିକ ମଧ୍ୟ ସେତିକି । ତେଣୁ ଦରମା ବୃଦ୍ଧ କରିବା ଦାବି, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା ପ୍ରଦାନ, ବଆଇନ ଛଟେଇ ବନ୍ଦ କରିବା, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଠିକାସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ମହାସଂଘ ସହିତ ଆଲୋଚନା କରିବା, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଲୋକମାନଙ୍କର ଆକ୍ରମଣର ଶିକାର ହେଲେ ସ୍ୱତନ୍ତ୍ର ଦଣ୍ଡବିଧାନ ସହ କାର୍ଯ୍ୟାନୁଷ୍ଠାନ ଦାବି, କମୀଚାରୀମାନଙ୍କର ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ ସାନିଟାଇଜ କରିବା, ବିଶ୍ରାମ, ଖାଇବା ଓ ଶୌଚାଳୟ ସୁବିଧା କରିବା, ୧୦୨ ଜନନୀ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ଭତ୍ତାରୁ ବଞ୍ôଚତ ନକରିବା, ଅଧିକ ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବା ଓ ଖରାପ ହୋଇଥିବା ଆମ୍ବୁଲାନ୍ସ ଗୁଡିକୁ ସଚଳ କରିବା ଇତ୍ୟାଦି ।










