ପେନସନ ଭୋଗୀମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ ଆରମ୍ଭ



କେନ୍ଦ୍ରାପଡା,୩୧ା୧୦: ପେନସନ ଭୋଗୀମାନଙ୍କର ବାର୍ଷିକ ଜୀବନ ପ୍ରମାଣ ପତ୍ର ଦାଖଲର ଅବଧି ଆରମ୍ଭ ହୋଇଛି। ଏଥିନିମନ୍ତେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ଓ ଜିଲ୍ଲା କୋଷାଗାର ତଥା ଟ୍ରେଜେରୀ ତରଫରୁ ସୁବନ୍ଦୋବସ୍ତ କରଯାଇଛି। ଜିଲ୍ଲା କୋଷାଗାରରେ ଅନଲାଇନ ମାଧ୍ୟମରେ ପ୍ରମାଣପତ୍ର ଗ୍ରହଣ କରାଯାଉଥିବାବେଳେ ଷ୍ଟେଟବ୍ୟାଙ୍କରେ ଅଫଲାଇନରେ ଓ ଅନ୍‌ଲାଇନ୍‌ରେ ପ୍ରମାଣ ପତ୍ର ସଂଗ୍ରହ କରାଯାଉଛି। ଏଥି ନିମନ୍ତେ ପେନସନ ବହି, ବ୍ୟାଙ୍କ ଜମା ଖାତା, ଆଧାର କାର୍ଡ ଓ ମୋବାଇଲ ଆବଶ୍ୟକ ହେଉଛି। ପ୍ରତ୍ୟେକ ପେନସନଭୋଗୀ ସାଥିରେ ପୂର୍ବୋକ୍ତ କାଗଜାତ ଧରି ଆସିବାକୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଯେଉଁ ପେନସନଭୋଗୀ ବ୍ୟାଙ୍କ ବା ଟ୍ରେଜେରୀକୁ ଆସିବାପାଇଁ ଅସମର୍ଥ ସେମାନେ ଜିଲ୍ଲା ଟ୍ରେଜେରୀ ଅଧିକାରୀ ବା ଷ୍ଟେଟବ୍ୟାଙ୍କ ମ୍ୟାନେଜରଙ୍କ ସହ ଯୋଗାଯୋଗ କଲେ ସେମାନେ ତାଙ୍କର ପାଧିକୃତ ଅଧିକାରୀଙ୍କୁ ପଠାଇ ଜୀବନ ପ୍ରମାଣପତ୍ର ସଂଗ୍ରହ କରାଇବେ ବୋଲି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ଜଣାଇଛନ୍ତି।


Next Post

ଚଳିତବର୍ଷ କେନ୍ଦ୍ରାପଡା ବାଲିଯାତ୍ରାରେ ଲୋକକଳାକୁ ଗୁରୁତ୍ୱାରୋପ

Wed Oct 30 , 2024
କେନ୍ଦ୍ରାପଡା, ୩୦ା୧୦: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ପରିସରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଲୋକ କଳା ଓ ଲୋକ ନୃତ୍ୟ-ଗୀତକୁ ଗୁରୁତ୍ୱାରୋପ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିଦିନ ନୃତ୍ୟ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସାମାଜିକ ଓ ପରିବେଶଭିତ୍ତିକ ଆଲୋଚନା କରାଯିବ । ଏଥିସହିତ ରାମଦୋଳି, […]

KANIKA