କଖାରୁଣୀ ଓ ଖଡିଅଣ୍ଟା ପଂଚାୟତ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ -ଗ୍ରାମାଞ୍ଚଳ ବିକାଶରେ ଆମ ଓଡିଶା ନବୀନ ଓଡିଶା ଭୂମିକା ଅନନ୍ୟ


ପଟ୍ଟାମୁଣ୍ଡାଇ ତା ୨୫/୧୧-ଏକ ବିକଶିତ ସମୃଦ୍ଧ ଓ ସଶକ୍ତ ଗାଁ ତିଆରି କରିବା ସହିତ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଳିଷ୍ଠ ପଦକ୍ଷେପ ବୋଲି ଆଜି କଖାରୁଣୀ ପଂଚାୟତ ଓସଙ୍ଗରା ଠାରେ ୨କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ଓସଙ୍ଗରା-ସାହୁପଡା ଓ ଓସଙ୍ଗରା -ଚହଳିବାଙ୍କ ପାଟନାଳୀ ପୁନଃ ରୁଦ୍ଧାର ପ୍ରକଳ୍ପ ଶୁଭଶିଳାନ୍ୟାସ କରି ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।

ବିଧାୟକ ଶ୍ରୀସାହୁ କହିଲେ ଯେ ସମଗ୍ର ଉତିକଣ ଅଂଚଳରେ ଥିବା ହଜାର ହଜାର ଏକର ଜମିରେ ଦୀର୍ଘବର୍ଷ ଧରି ଲାଗି ରହିଥିଲା । ଯାହାଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିଲେ । ଉତିକଣ ଅଂଚଳରୁ ଜଳନିଷ୍କାସନ ସମସ୍ୟା ହଟାଇବା ପାଇଁ ଏହି ପାଟନାଳି ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି । ଏଥି ସହିତ କଖାରୁଣୀ ଓ ଖଡିଅଣ୍ଟା ପଂଚାୟତର ସ୍କୁଲ, ଜଗନ୍ନାଥ ସଂସ୍କୃତି ପ୍ରଚାରପ୍ରସାର ପାଇଁ ଦେବାଦେବୀ ମନ୍ଦିର ଉନ୍ନତିକରଣ ଓ ଯୁବଶକ୍ତି ବିକାଶ ଯୁବବିକାଶ କେନ୍ଦ୍ର ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଇ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ଓ ନିର୍ଧାରିତ ସମୟରେ ସମ୍ପୂର୍ଣ କରିବା ଦିଗରେ ବିଧାୟକ ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ସମ୍ପାଦକ କଳାକାର ପ୍ରଧାନ,ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ବ୍ଲକ ସାମାଜିକ ଗଣମାଧ୍ୟମ ସଂଯୋଜକ ନୟନ ଗିରି, ବରିଷ୍ଠ ନେତା ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଭାଷଣ ଦେଇଥିଲେ ।

ବିଧାୟକ ଶ୍ରୀସାହୁ ଏକ ଖୋଲା ଜିପରେ ବ୍ଲକ ଅଧକ୍ଷ, ଉପାଧ୍ୟକ୍ଷା, ଓ ବିଜେଡି ନେତୃବୃନ୍ଦଙ୍କ ସହିତ କଖାରୁଣୀ ଠାରେ ପହଂଚିବା ମାତ୍ରେ ଯୁବନେତା ଦିଲ୍ଲୀପ ଜେନା, କଳାକାର ପ୍ରଧାନ, ମାମି ମଲିକ, ରୁଦ୍ରନାରାୟଣ ସାମନ୍ତରାୟ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା, ପ୍ରେମାନନ୍ଦ ସେଠୀ, ଭାନୁପ୍ରକାଶ ଦାସ, ସଚିକାନ୍ତ ରାଉତ ଓ ଅକ୍ଷୟ ପରିଡା ପ୍ରମୁଖ ବହୁ ବିଜେଡି ନେତା, କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ବିରାଟ ଶୋଭାଯାତ୍ରାରେ କଖାରୁଣୀ ଗାଁକୁ ପାଛୋଟି ନେଇଥିଲେ । ଏହା ପରେ ବିଧାୟକ କଖାରୁଣୀ ଯୁବବିକାଶ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଥିଲେ । ବାଇପଦା ଠାରେ ବିଧାୟକ ଦୁଇଟି ଗୋଷ୍ଠୀକେନ୍ଦ୍ର ନିର୍ମାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରି ଜନସାଧାରଣ ସମସ୍ତ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣରେ ସହଯୋଗ କରିବାକୁ ନିବେଦନ କରିଥିଲେ ।