ଅର୍ଜୁନ ଓଝାଙ୍କ ଶ୍ରଦ୍ଧାଞ୍ଜଳି ସଭା



ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୁଣୁପୁର ମା ଛୁଆଳିଆ ହାଇସ୍କୁଲ କିରାଣୀ ତଥା ଓଷ୍ଟା ସଭ୍ୟ ଅର୍ଜୁନ ଓଝାଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କାଠିଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ଓଷ୍ଟା ପ୍ରାକ୍ତନ ଉପସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ବ୍ଲକ ଓଷ୍ଟା ସଭାପତି ବିଜୟ ଆଚାର୍ଯ୍ୟ, ସମ୍ପାଦକ ବାବାଜୀ ଦାସ ଉପଦେଷ୍ଟା ଗୋକୁଳ ରାଉତ,ପ୍ରଧାନଶିକ୍ଷକ ଅକ୍ଷୟ ନନ୍ଦ,ବଡ଼ପଡା କଲେଜ ଅଧକ୍ଷ ରମାକାନ୍ତ ଆଚାର୍ଯ୍ୟ,ଶିକ୍ଷକ ନେତା ଗୋଲକ ଭୂୟାଁ,ଗୋଲକ ନାୟକ ଯୋଗ ଦେଇ ଦିବଂଗତ ଅର୍ଜୁନ ଓଝାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ ।


Next Post

ବାଣ ବସ୍ଫୋରଣ: ୩ ଗୁରୁତର

Thu Oct 31 , 2024
ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ଜଣ ନାବାଳକ ବୋଲି ଜଣାପଡିଛି। ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନାଙ୍କ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା […]

KANIKA