
ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ଜଣ ନାବାଳକ ବୋଲି ଜଣାପଡିଛି।
ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନାଙ୍କ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ସଞ୍ଜୟ ଜେନା, ଗୁଲା ରାଉତଙ୍କ ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଲିପା ରାଉତଙ୍କ ୫୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ସିଟିଡିଏସ୍ପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।











