ଅଙ୍ଗନବାଡିର ନାହିଁ ନିଜସ୍ୱ ଗୃହ , ଭଙ୍ଗା ଘରେ ଶିଶୁଙ୍କ ପାଠପଢା


ସରକାର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କ ପ୍ରାକ୍ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ଉପକରଣ ପ୍ରଦାନ କରୁଛନ୍ତି। ସରକାର ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ, ରୋଷେଇ ଗୃହ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପାଚେରି, ଉଦ୍ୟାନ ଆଦିର ବ୍ୟବସ୍ଥା କରିବା ଥିବା ବେଳେ ପଟ୍ଟାମୁଣ୍ଡାଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ସମୁଦାୟ ୨୭୮ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ସେଥି ମଧ୍ୟରୁ ଖଡିଅଂଟା ପଂଚାୟତ ଆମ୍ବେର୍ ନଳଢଳିଆ ଗ୍ରାମର ଅଙ୍ଗନୱାଡି ଅନ୍ୟତମ । ଏହି ଅଙ୍ଗନୱାଡି କେନ୍ଦ୍ରରେ ନିଜସ୍ୱ ଗୃହ ନ ଥିବାରୁ ଅତିଦୟନୀୟ ସ୍ଥିତିରେ କୁନିକୁନି ଶିଶୁଙ୍କ ପାଠପଢା ଚାଲୁଥିବା ନେଇ ସାଧାରଣରେ ମତପ୍ରକାଶ ପାଇଛି।
ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରଣୟନକୁ ୪୮ବର୍ଷ ବିତିଯାଇଥିଲେ ମଧ୍ୟ ଆମ୍ବେର ଗ୍ରାମରେ ଏହାର ଭିତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି । ଭଙ୍ଗା ଦଦରା ଆମ୍ବେର କ୍ଲବ ଘରେ ବିପଦ ସଙ୍କୁଳ ଅବସ୍ଥାରେ କୁନିକୁନି ଶିଶୁଙ୍କ ପାଠପଢା ଚଲିଛି । କ୍ଲବ ଘରେ ବର୍ଷା ଦିନେ ପାଣି ଗଳୁଥିବାରୁ ତାହା ଉପରେ ଓ ତଳେ ପଲିଥିନ ପକାଇ ଶିଶୁମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି। ମାତ୍ର ଅଙ୍ଗନୱାଡି ଘର ନିର୍ମାଣ ପାଇଁ ଅର୍ଥ ମଂଜୁର କରାଯାଇଥିଲେ ମଧ୍ୟ କାର୍ଯ୍ୟଦେଶ ମିଳିନଥିବାରୁ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଫଳରେ କର୍ମୀଜଣକ ବାଧ୍ୟ ହୋଇ ପିଲାମାନଙ୍କୁ ଭଙ୍ଗା ଘରେ ପାଠ ପଢାଉଛନ୍ତି। ଚାରିଆଡେ ଉଈହୁଙ୍କା ମାଡ଼ି ଥିବାବେଳେ,କାନ୍ଥ ଦୁର୍ବଳ ହୋଇ ଫାଟି ଆଁ କରିଛିା କେତେବେଳେ ଯେ ଦୁର୍ଘଟଣା ନଘଟିବ ତାହା କହିହେବ ନାହିଁ ବୋଲି ଅଭିଭାବକ କହିଛନ୍ତିା ଏଠାରେ ନାଁ ଅଛି ଛୁଆଙ୍କ ପାଇଁ ପାଣିର ବ୍ୟବସ୍ଥା ନା ରୋଷେଇ ଘର ଅଛି , ନାହିଁ ଆଖପାଖରେ ନଳକୂଳ । ମାତ୍ର ସୁପରଭାଇଜର କେବେ ଏ ବିଷୟରେ ଚିନ୍ତା କରିଛନ୍ତି । ନାଏଠାକୁ ପରିଦର୍ଶନରେ କେେବେ ଅସୁଛନ୍ତି ବୋଲି ସେମାନେ କହିଛନ୍ତି । ଏପରିକି ବର୍ଷା ରୁତୁ ଆସିଲେ ଭଙ୍ଗା ଆଜେବେଷ୍ଟରୁ ଘରେ ପାଣି ପଡୁଥିବା ବେଳେ ପିଲାଙ୍କୁ କିପରି ପାଠ ପଢାଇବେ ତାକୁ ନେଇ ଚିନ୍ତାରେ ଅଙ୍ଗନବାଡି କର୍ମୀ ଥିବା ବେଳେ ସୁପରଭାଇଜରଙ୍କର କେବେବି ଦେଖା ମିଳୁ ନାହିଁ ।
ସେହିପରି ଦୀର୍ଘ ଦିନ ହେବ ନଳଢଳିଆ ଅଙ୍ଗନୱାଡି ଗୃହ ନଥିବା ବେଳେ ଅଙ୍ଗନୱାଡି କର୍ମୀ ଗ୍ରାମର ଶ୍ରୀ ହନୁମାନ ମନ୍ଦିର ରୋଷଘରେ ଶିକ୍ଷା ଦାନ କରାଉଛନ୍ତି । ପଟ୍ଟାମୁଣ୍ଡାଇ ବିଡିଓ ନଳଢଳିଆରେ ଏକ ଅଙ୍ଗନୱାଡି ଗୃହ ନିର୍ମାଣ କରିବାକୁ ୭ଲକ୍ଷ ଟଙ୍କା ବ୍ୟୟ ବରାଦରେ କରିଥିଲେ । ମାତ୍ର ଜାଗା ଚିହ୍ନଟ ହୋଇନ ପାରିବାରୁ ଅଙ୍ଗନୱାଡି ଗୃହ ନିର୍ମାଣ ହୋଇ ପାରି ନାହିଁ । ଫଳରେ ଆଜି ପର୍ଯ୍ୟନ୍ତ କୁନିକୁନି ପିଲା ଠାକୁରଘରେ ବସି ଅଧ୍ୟୟନ କରି ଆସୁଥିବା ବେଳେ ସେଠାରେ ଅଣ୍ଡା, କିମ୍ବା କୋଣସି ରୋଷେଇ ଖାଦ୍ୟ ଦିଆଯାଉନାହିଁ ବୋଲି ଅଭିଭାବକମାନେ କହିଛନ୍ତି ।
ଏନେଇ ସିଡିପିଓ ଲକ୍ଷ୍ମୀମଣୀ ସିଂ ପଚାରିବାରେ ଏପରି ଅବବ୍ୟାସ୍ଥା ଭିତରେ କେନ୍ଦ୍ର ଚାଲୁଥିବା ଖବର ପାଇଲି । ସୁପରଭାଇଜରଙ୍କୁ ପଠାଇ ସମାଧାନ କରାଇବି ବୋଲି କହିଛନ୍ତି ।


Next Post

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ

Thu Aug 15 , 2024
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁଲାଗି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି।ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି। ତେବେ ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭା ଯାଇଥିବା ସୁଚନା । ଦୁଇ […]