କେନ୍ଦ୍ରାପଡ଼ା, ୧୬ା୧୦: ସଂସ୍କୃତି ଗୋଟିଏ ଜାତିର ଆତ୍ମା ପରି। ଆତ୍ମାହୀନ ଶରୀର ଯେପରି ପ୍ରାଣ ସ୍ପନ୍ଦନ ହୀନ ହୋଇ ପଡି ରହେ, ସଂସ୍କୃତି ହୀନ ଜାତିଟିଏ ସେହିପରି ବେଶୀକାଳ ବଞ୍ଚି ରହିପାରେ ନାହିଁ। ଇଂରେଜ ଶାସକ ତଥା ପଡୋଶୀମାନଙ୍କ ଶତ ଚକ୍ରାନ୍ତ…
Month: October 2024
ଓଡିଶା ବିକାଶର ସ୍ଥପତି ସାଜିଥିଲେ ନବୀନ , ନବୀନଙ୍କ ଜନ୍ମଦିନ ଅବସରରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର
ପଟ୍ଟାମୁଣ୍ଡାଇ ୧୬/୧୦ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜଡେି ସୁପ୍ରିମ ନବୀନ ପଟ୍ଟନାୟକ ବୁଧବାର ୭୯ ବର୍ଷରେ ପାଦ ଥାପିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ…
ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ମହାଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ମହାଲକ୍ଷ୍ମୀଙ୍କ ପୂଜା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ କୈବର୍ତ୍ତ ସମାଜ ପକ୍ଷରୁ ନିର୍ମିତ ମହାଲକ୍ଷ୍ମୀଙ୍କ ମନ୍ଦିରରେ ମା’ଲକ୍ଷ୍ମୀଙ୍କର ଷୋଡଶ ଉପଚାରରେ ପୂଜାର୍ଚ୍ଚନା…
୬ ସମିତି ସଭ୍ୟ ଭାଜପା ଯୋଗ ଦେବା ଖବରକୁ ବିଜେଡିର ଖଣ୍ଡନ
ପଟ୍ଟାମୁଣ୍ଡାଇ ୧୫/୧୦-ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଜଣ ବିଜେଡି ସମର୍ôଥତ ସମିତି ସଭ୍ୟ ଶାସକ ଭାଜପା ଦଳରେ ସାମିଲ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର…
ଦିଲ୍ଲୀ ଭାଜପା ପ୍ରଭାରୀ ହେଲେ ବୈଜୟନ୍ତ ପଣ୍ଡା
ପଟ୍ଟାମୁଣ୍ଡାଇ ୧୫/୧୦-ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଦଳର ବିପୁଳ ବିଜୟ ପାଇଁ କେନ୍ଦ୍ରୀୟ ଭାଜପା ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରୀୟ ଭାଜପା ସଭାପତି ଜେ ପି ନଡ୍ଡା ଭାଜପା ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ…
ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, ୧୫ା୧୦: ସୂଚନା ଅଧିକାର ଆଇନ୍ରେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ତଥା…
ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,୧୫ା୧୦ : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ପାଳନ ପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବରମାସ ୧୦ତାରିଖ…
ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା କଡରେ ଶହ ଶହ ଚିଠି ପଡିଛି
କେନ୍ଦ୍ରାପଡ଼ା, ୧୫ା୧୦: କେନ୍ଦ୍ରାପଡା ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା କଡରେ ଶହ ଶହ ସଂଖ୍ୟାରେ ଚିଠି ଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟ ଚକିତ କଥା ହେଉଛି ଏହି ଛିଠି ଗୁଡିକ ସଦ୍ୟ ଡାକରେ ଆସିଥିବା ଚିଠି ଭଳି ପ୍ରତୀୟମାନ…
ଏ.ପି.ଜେ. ଅବଦୁଲ କଲାମଙ୍କ ୯୩ତମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା,୧୫/୧୦: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ଭାରତରତ୍ନ ଡ଼ଃ ଏ.ପି.ଜେ. ଅବଦୁଲ କଲାମଙ୍କ ୯୩ତମ ଜୟନ୍ତୀ ଭାରତରତ୍ନ ଡ଼ଃ ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଛି। ପ୍ରାରମ୍ଭରେ ମେଡିକାଲ ରୋଡ୍ସ୍ଥିତ କଲାମଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ…
ଦାଦନ ସମସ୍ୟା ଦୂର ହେବ , ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର ୧୪/୧୦-ଦାଦନ ରୋକିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ ହୋଇଛି। ଟାସ୍କଫୋର୍ସରେ…
କାଳଜୟୀ ଅକ୍ଷୟ ସଂଗୀତ ମଧୁ ମ଼ୂର୍ଚ୍ଛନାରେ ସଭିଏଁ ଝୁମିଲେ ପୁଣ୍ୟ ଜନ୍ମଭୂମିରେ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଉତ୍ସବ
କେନ୍ଦ୍ରାପଡା,୧୪/୧୦: ଓଡିଆ ସଂଗୀତ ଜଗତର ବେତାଜ୍ ବାଦ୍ଶାହା, କିମ୍ବଦନ୍ତୀ ସଂଗୀତଜ୍ଞ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ୮୮ତମ ପୁଣ୍ୟ ଜୟନ୍ତୀ ମହୋତ୍ସବ ତାଙ୍କର ଅତିପ୍ରିୟ ଅନୁଷ୍ଠାନ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି…
“ପୁନର୍ବାସ ସମାଚାର’ ର ସଚିତ୍ର ରଙ୍ଗୀନ୍ ସଂଖ୍ୟା ପାଠକାର୍ପିତ
କେନ୍ଦ୍ରାପଡା ୧୪/୧୦- ଭିନ୍ନକ୍ଷମତା ଓ ପୁନର୍ବାସ ସମ୍ପର୍କିତ ସ୍ୱତନ୍ତ୍ର ଦ୍ୱି-ମାସିକ ଓ ଦ୍ୱି-ଭାଷିକ ସମ୍ବାଦପତ୍ର “ପୁନର୍ବାସ ସମାଚାର’ର ସଚିତ୍ର ରଙ୍ଗୀନ ସଂଖ୍ୟା ବିଶିଷ୍ଠ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ମାଧପୁର ସ୍ଥିତ ପୁନର୍ବାସ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଭିନ୍ନ ସମ୍ବାଦପତ୍ରର…
୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
କେନ୍ଦ୍ରାପଡ଼ା, ୧୪ା୧୦: ମାର୍ଶାଘାଇ ମଧ୍ୟ ଇଂରାଜୀ ଓ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟର ୧୯୯୦ ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ମାର୍ଶାଘାଇ ଯଜ୍ଞ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୁରାତନ ଛାତ୍ର ପ୍ରେମାନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୪୦ରୁ…
ଶିବାନନ୍ଦ ଆଶ୍ରମରେ ନବରାତ୍ର ଓ କୁମାରୀ ପୂଜା
କେନ୍ଦ୍ରାପଡା, ୧୪ା୧୦: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ଓ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶନିବାର ନବକନ୍ୟା ପୂଜନ ବା କୁମାରୀ ପୂଜା ମହାସମାରୋହରେ…
ଦୁଇଜଣିଆ କେନ୍ଦ୍ରୀୟ ଅଧିକାରୀଙ୍କ କେନ୍ଦ୍ରାପଡା ଗସ୍ତ
କେନ୍ଦ୍ରାପଡା, ୧୪ା୧୦: କେନ୍ଦ୍ରାପଡାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି ଦୁଇଜଣ କେନ୍ଦ୍ରୀୟ ଅଧିକାରୀ । ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା…
ଡିଜେ କମ୍ପିଟେସନକୁ ଅନୁମତି ଦେଲାନି ପ୍ରଶାସନ , ଝାଡ଼ଖଣ୍ଡ ଡିଜେ ଦେଖିବାକୁ ଆସିଥିବା ଲକ୍ଷାଧିକ ଲୋକ ଫେରିଲେ, ରାସ୍ତାଘାଟ ଯାମ
ପଟ୍ଟାମୁଣ୍ଡାଇ ୧୪/୧୦-ସାରା ଓଡିଶାରେ ସୁନାମ ଅର୍ଜନ କରିଥିବା ପଟ୍ଟାମୁଣ୍ଡାଇର ଶାରଦୀୟ ଦୂର୍ଗା ପୂଜା ଭସାଣି ଉତ୍ସବରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତବର୍ଷ ପୋଖରୀଆପଡା ଦୂର୍ଗା ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ଡିଜେ ଓ…
ପଟ୍ଟାମୁଣ୍ଡାଇରେ ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା : ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ
ପଟ୍ଟାମୁଣ୍ଡାଇ ୧୪ା୧୦ – କେନ୍ଦ୍ରାପଡା ଜିଲା ଭାଇଚାରାର ସହର ପଟ୍ଟମୁଣ୍ଡାଇରେ ସରିଛି ଶାରଦୀୟ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମା’ଜଗତଜନନୀ । ଭକ୍ତ ଆଖିରେ ଆଖିଏ ଲୁହ…
ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀରେ ସିନ୍ଦୂର ଖେଳ , ଅପରାଜିତା ପୂଜା
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାଳିତ ଶାରଦୀୟ ଦୁର୍ଗାପୂଜାର ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି। ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାଂଚଳରେ ହୋଇଥିବା ୫୦ଟି ପୂଜାମଣ୍ଡପରେ ମା’ଙ୍କମୃଣ୍ମୟୀମୂର୍ତୀ ପୂଜାକରାଯାଇଥିଲା। ପ୍ରତ୍ୟହ ରୀତି ନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ମା’ ମହାମାୟାଙ୍କ ଦର୍ଶନ ପାଇଁ…
ଦୁଷ୍ଟଶକ୍ତିର ଦମନ ରାବଣପୋଡ଼ିର ମୁଖ୍ୟ ଉଦ୍ଦେଶ୍ୟ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ପୂଜାମଣ୍ଡପରେ ମହାମାୟୀଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍ଯାପିତ ହୋଇଯାଇଛି। ଏହି ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର…
କଜଳା ଶିରିଡି ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା
କେନ୍ଦ୍ରାପଡା, ୧୨/୧୦: ଆଶ୍ୱିନ ମାସ ଶୁକ୍ଳପକ୍ଷ ଶନିବାର ଦିନ କେନ୍ଦ୍ରାପଡା ସହରରେ ୨୧ନଂ ୱାର୍ଡ ଅନ୍ତର୍ଗତ କଜଳା ଗୋଲ୍ଡେନ୍ ଭିଲ୍ଲା ସ୍ଥିତ ଶିରିଡି ସାଇବାବାଙ୍କ ୧୦୬ତମ ପୂଣ୍ୟତିଥି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସାଇ ମନ୍ଦିରରେ ପ୍ରାତଃ…
ପଟ୍ଟାମୁଣ୍ଡାଇ ମା’ ଦୁର୍ଗାଙ୍କ ପାଖରେ ପାଳିତ ହେଉଛି କୁମାରୀ ପୂଜା
ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ପଟ୍ଟାମୁଣ୍ଡାଇ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଙ୍ଗାଳିସାହି ପୂଜା ମଣ୍ଡପରେ ମା’ଙ୍କୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜା…
ଦକ୍ଷିଣଦିଆ ଗ୍ରାମରୁ ଚୋରୀ, ସନ୍ଧାନୀ କୁକୁରକୁ ନେଇ ପୋଲିସ ତଦନ୍ତ ଆରମ୍ଭ
ପଟ୍ଟାମୁଣ୍ଡାଇତା ୧୧/୧୦-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ଦକ୍ଷିଣଦିଆ ଗ୍ରାମର ତାତନା ରାସ୍ତାରେ କିଆ ଯୋଡି ଗ୍ରାମର ଇତିଶ୍ରୀ ଶୁଭଦର୍ଶନୀ ତରାଇ ନାମକ ଜନୈକା ମହିଳା ଘର ଭଡା ନେଇ ରହୁଥିଲେ । ସେ ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ପ୍ରକଳ୍ପ…
କେନ୍ଦ୍ରାପଡା ସଦର ଥାନା ଆଇଆଇସିଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା,୧୧ା୧୦: କେନ୍ଦ୍ରାପଡା ସଦର ଥାନା ଆଇଆଇସି ସରୋଜ କୁମାର ସାହୁଙ୍କର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହେବା ଅବସରରେ ଶ୍ୟାମସୁନ୍ଦରପୁରର ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତା, ଭକ୍ତବୃନ୍ଦ ତଥା ଜନସାଧାରଣଙ୍କ ତରଫରୁ ଏକ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ପଣ୍ଡିତ ହୃଷିକେଶ ରଥଙ୍କ…
କେନ୍ଦ୍ରାପଡାର ଗଣପର୍ବ ବାଲିଯାତ୍ରା ପାଇଁ ପ୍ରସ୍ତୁତି
କେନ୍ଦ୍ରାପଡ଼ା,୧୧ା୧୦: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ବାଲିଯାତ୍ରାକୁ ସର୍ବାଙ୍ଗସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ କମିଟିମାନ ଗଠନ…










