ଆକସ୍ମିକ ଅଗ୍ନିକାଣ୍ଡରେ ଘୁଆଳ ପୋଡି ୩ଟି ଗାଇ ଜୀବନ ଦଗ୍ଧ



କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାଥ ନାୟକଙ୍କ ଘୁଆଳ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘୁଆଳ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ସେହି ଘୁଆଳ ଭିତରେ ଥିବା ୩ଟି ଗାଇ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାଇ ଗୁରୁବାର ବିଳମ୍ବିତ ରାତିରେ ଆକସ୍ମିକ ଅଗିକାଣ୍ଡ ଘଟି ଶ୍ରୀ ନାୟକଙ୍କ ଘୁଆଳଟିରେ ହଠାତ ନିଆଁ ଲାଗି ଯାଇଥିଲା। ଏସମ୍ପର୍କରେ ସେ ଜାଣିବା ପରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା। ଶ୍ରୀ ନାୟକ ଜଣେ ଅତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପୂର୍ବତନ ସରପଞ୍ଚ ବସନ୍ତ କୁମାର ରାଉତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading