ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…



ନୂଆଦିଲ୍ଲୀ,୧।୧୧-ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।ଜରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜରିମାନା ଋଷିଆର ଗୋଟିଏ କୋର୍ଟ ଗୁଗଲ ଉପରେ ଲାଗୁ କରିଛନ୍ତି। ଏହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଏହି ଜରିିମାନା ଲାଗୁ କରାଯାଇଛି। ୟୁକ୍ରେନ ଉପରେ ଋଷିଆ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗୁଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ। ଯୁଦ୍ଧ ସମ୍ପର୍କରେ ଋଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ୟୁଟ୍ୟୁବ ସ୍ଥାନ ଦେଉ ନଥିଲା। କହିବାକୁ ଗଲେ ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା। ଏହା ବିରୋଧରେ ଋଷିଆ କୋର୍ଟରେ ଗୋଟିଏ ମାମଲା ହୋଇଥିଲା। ଏହାର ଶୁଣାଣି କରି କୋର୍ଟ ଗୁଗଲ ଉପରେ ୨୦ ଡିଲିୟନ ଡଲାର ଆର୍ôଥକ ଦଣ୍ଡ ଲାଗୁ କରିଛନ୍ତି। କୋର୍ଟ କହିଛନ୍ତି ଯେ, ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ବ୍ୟାନ କରି ଗୁଗୁଲ ଜାତୀୟ ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଛି। ତେଣୁ ସଂସ୍ଥାକୁ ଦଣ୍ଡିତ କରାଯାଉଛି। ଏହା ବ୍ୟତୀତ ଗୁଗୁଲକୁ ଏହି ଚ୍ୟାନେଲଗୁ ପୁନଃ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ଲାଟଫର୍ମ ନଅ ମାସ ମଧ୍ୟରେ ଏହି ଆଦେଶ ପାଳନ ନକରେ, ଜରିମାନା ରାଶିକୁ ପ୍ରତିଦିନ ବଢାଯିବ। ପ୍ରତିଦିନ ଗୁଗଲ ଉପରେ ୧୨୦୦ ଡଲାର ଲେଖାଏ ଜରିମାନା ଲାଗି ଚାଲିଥିବ। ଗୁଗଲ ବିରୋଧରେ ଏହି ମାମଲା ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା। ୟୁଟ୍ୟୁବ ପକ୍ଷରୁ ଆରଟି ଓ ସ୍ପୁଟ୍ନିକ ସମେତ ଋଷିଆର ଅନେକ ରାଷ୍ଟ୍ରାୟତ୍ତ ଚ୍ୟାନେଲ ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ଘୋଷଣା କରାଯିବା ପରେ ଋଷିଆ ମାମଲା ରୁଜୁ କରିଥିଲା। ଏବେ ଏହାର ରାୟ ସାମ୍ନାକୁ ଆସିଛି।


Next Post

ଜେଲ ୱାର୍ଡେନଙ୍କ ସନ୍ଦେହଜନକ ମୃତ୍ୟୁ

Sat Nov 2 , 2024
କେନ୍ଦ୍ରାପଡ଼ା,୨ା୧୧: ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାର୍ଯ୍ୟରତ ୱାର୍ଡେନ ବିଜୟ ପରିଡାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କାରାଗାର ନିକଟସ୍ଥ ବାରାକ୍‌ରେ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ସହକର୍ମୀମାନେ ବିଜୟଙ୍କୁ ବାରାକ୍‌ର ସିଲିଂଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଶୁକ୍ରବାର ଅପରାହ୍ନ ୧୨ଟାରେ ବିଜୟ ଡ୍ୟୁଟି ସାରି ବାରାକ୍‌କୁ ଫେରିଥିଲେ। ଅନ୍ୟ ସହକର୍ମୀମାନେ ସନ୍ଧ୍ୟାରେ ଡ୍ୟୁଟି ସାରି ବାରାକ୍‌କୁ ଫେରିବା ପରେ ବିଜୟକୁ ସିଲିଂ […]

KANIKA