ଜିଲ୍ଲା ଶିକ୍ଷା ଅମଲା ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ      


କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅମଲା ସଙ୍ଘ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ଶତାଧିକ ଅମଲା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଏହିସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଆସନ୍ତା ୮ତାରିଖରେ କେନ୍ଦ୍ରାପଡାର ଜିଲ୍ଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଅବିନାଶ ତ୍ରିପାଠୀ, ପ୍ରଭାତ କୁମାର ପରିଡା, ବିଧୁ ପ୍ରସାଦ ବାରିକ, ସଞ୍ଜୟ ନାୟକ, ପ୍ରଭାତ ମଲ୍ଲିକ, ଚିତରଞ୍ଜନ ଜେନା, ବିଭୁତି ବାରିକ, କିଶୋର ସାମଲ, ମନୋରଞ୍ଜନ ମିଶ୍ର ଓ ଶିଶିର ଦାସ ପ୍ରମୁଖ ଶତାଧିକ ଜିଲ୍ଲା ଶିକ୍ଷା ବିଭାଗର ଅମଲାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ


Next Post

ବଡ଼ପଡା ଶାଖା ଡାକ ଘରୁ ଚୋରୀ ଥାନାରେ ଏତଲା

Sun Nov 3 , 2024
ପଟ୍ଟାମୁଣ୍ଡାଇ ୩/୧୧-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ଶାଖା ଡାକ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି ।ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏତଲା ଦିଆଯାଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଛାନଭିନ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡ଼ପଡା ଶାଖା ଡାକ ଘର ଗ୍ରିଲ ଭାଙ୍ଗି ଚୋର ମାନେ ଡାକ ଘର ମଧ୍ୟରେ […]

KANIKA