ଜିଲ୍ଲା ଶିକ୍ଷା ଅମଲା ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ      


କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅମଲା ସଙ୍ଘ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ଶତାଧିକ ଅମଲା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଏହିସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଆସନ୍ତା ୮ତାରିଖରେ କେନ୍ଦ୍ରାପଡାର ଜିଲ୍ଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଅବିନାଶ ତ୍ରିପାଠୀ, ପ୍ରଭାତ କୁମାର ପରିଡା, ବିଧୁ ପ୍ରସାଦ ବାରିକ, ସଞ୍ଜୟ ନାୟକ, ପ୍ରଭାତ ମଲ୍ଲିକ, ଚିତରଞ୍ଜନ ଜେନା, ବିଭୁତି ବାରିକ, କିଶୋର ସାମଲ, ମନୋରଞ୍ଜନ ମିଶ୍ର ଓ ଶିଶିର ଦାସ ପ୍ରମୁଖ ଶତାଧିକ ଜିଲ୍ଲା ଶିକ୍ଷା ବିଭାଗର ଅମଲାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ


Discover more from

Subscribe now to keep reading and get access to the full archive.

Continue reading