ବଡ଼ପଡା ଶାଖା ଡାକ ଘରୁ ଚୋରୀ ଥାନାରେ ଏତଲା

ବଡ଼ପଡା ଶାଖା ଡାକ ଘରୁ ଚୋରୀ ଥାନାରେ ଏତଲା

ପଟ୍ଟାମୁଣ୍ଡାଇ ୩/୧୧-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ଶାଖା ଡାକ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି ।ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏତଲା ଦିଆଯାଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଛାନଭିନ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡ଼ପଡା ଶାଖା ଡାକ ଘର ଗ୍ରିଲ ଭାଙ୍ଗି ଚୋର ମାନେ ଡାକ ଘର ମଧ୍ୟରେ ପ୍ରବେଶ କରି ବହୁ ମୂଲ୍ୟବାନ ଜିନିଷ ଲୁଟି ନେଇଛନ୍ତି । ସେଥି ମଧ୍ୟରେ ନଗଦ ଅର୍ଥ, ବିଭିନ୍ନ ଜମା କାଗଜ ପତ୍ର ଅନ୍ତର୍ଭୁକ୍ତ ଓ ଚୋର ମାନେ ଡାକ ଘର ଲକର ନେଇ ବାହାରେ ଫୋପାଡ଼ି ଥିବା ଦେଖାଯାଇଛି । ତେବେ ଏହି ଚୋରୀ ପରିମାଣ ୫୦, ୦୦୦ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପ୍ରାଥମିକ ଅଟକଳରୁ ଜଣାପଡିଛି । ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ଓ ଲୁଟ ହୋଇଥିବା ସାମଗ୍ରୀ ମୂଲ୍ୟ ଜଣାପଡିବ ବୋଲି ଆଶା କରାଯାଉଛି । ଏହି ଡାକ ଘର ଚୋରୀ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି ।