
ପଟ୍ଟାମୁଣ୍ଡାଇ ତା ୩/୧୧-ଓଡିଶା ତଥା ଓଡ଼ିଆଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ବିଜୁ ଜନତା ଦଳ ସଂଗଠନକୁ ଅଧିଜ ଶାଣିତ ଓ ସଶକ୍ତ କରିବା ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ନଗର ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରି ଦଳର ସଂଗଠନକୁ ମଜଭୁତ କରିବା ସହିତ ପଟ୍ଟାମୁଣ୍ଡାଇ ଅଂଚଳର ସ୍ୱାର୍ଥ ସ୍ୱାଭିମାନ ଓ ଅସ୍ମିତା ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ବିଧାୟକ ଧ୍ରୁବ ସାହୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ ପୌର ପରିଷଦ ଉପାଧକ୍ଷା ଅନୁପ୍ରିୟା ସାହୁ, ନଗର ଯୁବବିଜେଡି ସଭାପତି ଅଶୋକ ଧଳ,ନଗର ମହିଳା ବିଜେଡି ସଭାନେତ୍ରୀ କାଉନସିଲର ଲାସ୍ୟମୟୀ ସାହୁ ପ୍ରାକ୍ତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର,କାଉନସିଲର ପ୍ରଶାନ୍ତ ବାରିକ ସୁବାଷ ମଲିକ ଗୋପୀବଲ୍ଲଭ ନାୟକ, ଲଷ୍ମୀପ୍ରିୟା ସାହୁ,ସନ୍ତୋଷ ଦାସ, ମୃତ୍ୟୁଞ୍ଜୟ ପାଢ଼ୀ, ସୁଧାମୟ ମଲିକ, ମଧୁସ୍ମିତା ମଲିକ, ପ୍ରିୟଙ୍କା ସେଠୀ, ସାନିଆ ପରମିନ ସାହେବା, ଝରଣା ବେହେରା, ପୂର୍ବତନ କାଉନସିଲର ଆଲୋକ ଧଳ, ଏସ କେ ଅମରୁଲ, ମଳୟ ମଲିକ,ଦଳିତ ନେତା ବାରେଣୀ ସେଠୀ ବରିଷ୍ଠ ନେତା ରବୀନ୍ଦ୍ର ସାହୁ, ଯୁବନେତା ବାବନ ସାହୁ, ଚିତ୍ତ ରଞ୍ଜନ ସେଠୀ,ଅଭିରାମ ସ୍ୱାଇଁ, ତାପସ ପ୍ରଧାନ, ଦିଲ୍ଲୀପ ସାହୁ, ବାପି ସାମଲ, ଏମ ଡି ପପୁ, ସୌରେନ୍ଦ୍ର ବେହେରା, ବିଷ୍ଣୁ ସାହୁ, ପିଣ୍ଟୁ ସେଠୀ, ଦିଲ୍ଲୀପ ମହାନ୍ତି, କେଶବ ମଲିକ ଅନିଲ ପଣ୍ଡା, ପବିତ୍ର ପାତ୍ର, ଅଜୟ ନାୟକ, ଟୁଟୁ ମିଶ୍ର, ସଞ୍ଜୟ ଦାସ, ସୁବାଷ ସ୍ୱାଇଁ ପୁରୁଷୋତ୍ତମ ଗିରି, ରମୁ ପାତ୍ର, ସୁଲେଖ ସାହୁ ହେମନ୍ତ ମଲିକ, ନିଲୁ ଧଳ ସରୋଜ ବଳ, ପ୍ରଦୀପ୍ତ ବେହେରା, ରଞ୍ଜନ ବେହେରା, ପ୍ରଶାନ୍ତ ମହାରଣା ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତ୍ତା, କାଉନସିଲର ଓ ବହୁ ସଂଖ୍ୟକ ବିଜେଡି କର୍ମୀ ଯୋଗ ଦେଇଥିଲେ ।










