ଅଷ୍ଟମପ୍ରହର ନାମ ଯଜ୍ଞ



କେନ୍ଦ୍ରାପଡ଼ା,୧୩ା୨: କେନ୍ଦ୍ରାପଡ଼ା ସହର ଗୋପଛକ ନିକଟ ଟିଭି ସେଣ୍ଟର ଠାରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୀତା ଯଜ୍ଞ, ଗୋ-ପୂଜା, ଭଜନ ସନ୍ଧ୍ୟା, ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜକ ସୁରେନ୍ଦ୍ର ନାଥ ଶତପଥିଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ବିକ୍ରମ କୁମାର ମଲ୍ଲ ଓ ଜୟନ୍ତୀ ମଲ୍ଲ ଯୋଗଦେଇଥିଲେ। ଏଥିରେ ୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ସଂକୀର୍ତ୍ତନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନ୍‌ଜୀବୀ ସୁରେଶ ଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ଜେନା, ପ୍ରବୀର କୁମାର ପତି, ସରୋଜ ନାୟକ, ସୁଜୟ ସ୍ୱାଇଁ, ସୁରଶ ଦାସ, ଭାରତୀ ସ୍ୱାଇଁ, ବିକାଶ ସ୍ୱାଇଁ, ରାଜେନ୍ଦ୍ର ବାରିକ, ଧୀରେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନାମଯଜ୍ଞରେ ଆଖାପାଖ ଅଞ୍ଚଳର ହଜାର ହଜାର ଜନତା ସାମିଲ ହୋଇଥିଲେ।