
ପଟ୍ଟାମୁଣ୍ଡାଇ ତା ୭/୧୧-ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅଂଶୁମାନ ମହାନ୍ତିଙ୍କ ୪୨ତମ ଜନ୍ମ ଦିବସ ସମାରୋହରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ସମୀର ଜେନା, ଦେବାଶିଷ ମହାନ୍ତି,ପୂର୍ବତନ ସରପଞ୍ଚ ବିରଞ୍ଚି ଦାଶ ମିନତୀ ପାତ୍ର,ପ୍ରଭାତ ପ୍ରଧାନ କାଉନସିଲର ମଳୟ ଓଝା,ପୂର୍ବତନ କାଉନସିଲର ଆଲୋକ ଧଳ, ଏସ କେ ଅମରୁଲ ହିରଣ୍ୟ ରାଉତ, ନିରଞ୍ଜନ ସେଠୀ,ସନାତନ ବିଶ୍ୱାଳ ମନୋରଞ୍ଜନ କର ପୁରୁଷୋତ୍ତମ ଗିରି, ପିଣ୍ଟା ଚୌଧୁରୀ, ମଦନ ସାହୁ, ଅମିତ ନାୟକ, କୁନା ଖାଁ,ବାପି ସାମଲ, ପ୍ରଦୀପ ବେହେରା, ବିକାଶ ପାତ୍ର, ରିଙ୍କୁ ମଲିକ, ସନ୍ଦୀପ ଜେନା, ପିଣ୍ଟୁ ସେଠୀ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତ୍ତା, ଶୁଭେଛୁ ଓ ସମର୍ଥକ ସାମିଲ ହୋଇ ଅଂଶୁମାନ ଙ୍କ ଦୀର୍ଘ ଜୀବନ କାମନା କରି ବିଭିନ୍ନ ଦେବା ଦେବୀ ମନ୍ଦିରରେ ଦୀପ ଦାନ ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।











