ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଘଟଣା : ଗଣ୍ଡଗୋଳକାରୀଙ୍କ ଗିରଫ ଦାବୀ କଲା ସରପଞ୍ଚ ଓ ସମିତି ସଭ୍ୟ ସଂଘ


ପଟ୍ଟାମୁଣ୍ଡାଇ ତା ୭/୧୧-ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କୁ ଗତ ୫ ତାରିଖରେ ତାଙ୍କ ଅଫିସ ମଧ୍ୟରେ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ଦୁଃବ୍ୟବହାରକରିବା ସହିତ ଗଣ୍ଡଗୋଳ କରିବା ଘଟଣାରେବିଡ଼ିଓ ବିଜେପି ନେତା ଶ୍ରୀପ୍ରଧାନଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଅଫିସ ମଧ୍ୟରେ ଗଣ୍ଡଗୋଳ ଘଟଣାର ପ୍ରତିବାଦ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ କର୍ମଚାରୀ ଗତକାଲି ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମଛାଡ଼ ଆନ୍ଦୋଳନ କରିଥିଲେ । ଯାହାଫଳରେ ପଟ୍ଟାମୁଣ୍ଡାଇ ବ୍ଲକ ସଂପୂର୍ଣ୍ଣ ଅଚଳ ହୋଇପଡିଥିଲା ।ଏହି ଘଟଣା ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏଥିରେ ହସ୍ତକ୍ଷେପ କରି ଖୁବ ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବ୍ଲକ କର୍ମଚାରୀ ମାନେ ୨୪ ଘଣ୍ଟା ପାଇଁ କଲମଛାଡ଼ ଆନ୍ଦୋଳନ ସ୍ଥଗିତ ରଖିଥିବା ଜଣାପଡିଛି । ଅପରପକ୍ଷରେ ଏହି ଘଟଣାରେ ପଂଚାୟତ ବିକାଶ ଦାୟିତ୍ୱ ନେଇଥିବା ପଂଚାୟତ ପ୍ରତିନିଧିମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର କରିବା ସହିତ ବ୍ଲକ ଅଫିସରେ ଗଣ୍ଡଗୋଳ କରିଥିବା ଯୁବନେତାଙ୍କ ଗିରଫ ଦାବୀ କରିଛି ପଟ୍ଟାମୁଣ୍ଡାଇ ବ୍ଲକ ସରପଞ୍ଚ ଓ ସମିତିସଭ୍ୟ ସଂଘ । ଉଭୟ ସଂଘର କର୍ମକର୍ତ୍ତାମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଗଣ୍ଡଗୋଳକାରୀ ଯୁବନେତା ଙ୍କ ଗିରଫ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣା ରୋଚକମୋଡ଼ରେ ପହଂଚି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଘଟଣାର ବିଧିବଦ୍ଧ ନିରପେକ୍ଷ ତଦନ୍ତ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ସଙ୍ଗେ ସଙ୍ଗେ ବିକାଶ ଧାରାକୁ ଆଗେଇ ନେବାକୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ପଂଚାୟତ ପ୍ରତିନିଧିମାନେ ଦାବୀ କରିଛନ୍ତି ।


Next Post

କେନ୍ଦ୍ରାପଡା ବ୍ଲକ ବିଜୁ ଜନତା ଦଳର ବୈଠକ . ନଭେମ୍ବର ୧୨ ଓ ୧୩ରେ ଜନସମ୍ପର୍କ ଯାତ୍ରା

Fri Nov 8 , 2024
କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଆଜି ବିଜୁ ଜନତା ଦଳର କର୍ମୀ ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଆଲୋକ ସାହୁ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଦଳର ସଂଗଠନକୁ କିଭଳି ଭାବରେ ଅଧିକରୁ ଅଧିକ ମଜବୁଦ କରାଯାଇପାରିବ ସେଥିପ୍ରତି ବିଧାୟକ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ କେତୋଟି […]

You May Like