
କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଆଜି ବିଜୁ ଜନତା ଦଳର କର୍ମୀ ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଆଲୋକ ସାହୁ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଦଳର ସଂଗଠନକୁ କିଭଳି ଭାବରେ ଅଧିକରୁ ଅଧିକ ମଜବୁଦ କରାଯାଇପାରିବ ସେଥିପ୍ରତି ବିଧାୟକ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ କେତୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ସେଗୁଡିକ ହେଉଛି, ବାତ୍ୟା ଦାନା ପ୍ରଭାବିତ ସମସ୍ତ ଚାଷୀଙ୍କୁ ଫସଲର କ୍ଷତିପୂରଣ, ଘର ଭାଙ୍ଗି ଯାଇଥିବା ପ୍ରତ୍ୟେକ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବା, ଗାନ୍ଧୀ ମୂର୍ତ୍ତି ନଥିବା ପଞ୍ଚାୟତମାନଙ୍କରେ ବିଜେଡି ନିର୍ବାଚିତ ପ୍ରତିନିଧିଙ୍କ ଉଦ୍ୟମରେ ଗାନ୍ଧୀ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ । ନଭେମ୍ବର ୧୨ରେ ଜିଲ୍ଲା ପରିଷଦ ଜୋନ ନଂ. ୫ ଓ ୭କୁ ସାମିଲ କରି ଚନ୍ଦନପୁର, ସାନମାଣତିଆ. ଘାଗରା, ଚାରିଗାଁ, ଧୂମାତ ଓ ଇନ୍ଦୁପୁରରେ ଜନସମ୍ପର୍କ ଯାତ୍ରା ଓ ନଭେମ୍ବର ୧୩ରେ ଜିଲ୍ଲା ପରିଷଦ ଜୋନ ନଂ. ୬ ଓ ୮କୁ ସାମିଲ କରି ଭରତପୁର, ଶ୍ୟାମସୁନ୍ଦରପୁର, ବଗଡା ଓ କଳପଡାରେ ଜନସମ୍ପର୍କ ଯାତ୍ରା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୨୭ ପଞ୍ଚାୟତ ଅଧିନସ୍ଥ ସମସ୍ତ ୪୨୯ଟି ୱାର୍ଡରେ ସଭ୍ୟ ସଂଗ୍ରହ କରାଯିବ । ଡିଜିଟାଲ ମୋଡ୍ରେ ମଧ୍ୟ ସମସ୍ତ ପଞ୍ଚାୟତମାନଙ୍କୁ ସାମିଲ କରି ସଭ୍ୟ ସଂଗ୍ରହ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଶିବପ୍ରସାଦ ବଳ, କଳାକାର ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ମୋହନ ଚରଣ ଆଚାର୍ଯ୍ୟ, ଚିତ୍ରସେନ ପରିଡା, ମମତା ରାଉତ, ବ୍ଲକ ମହିଳା ସଭାନେତ୍ରୀ ସୁମିତ୍ରା ପାଢୀ, ଗାୟତ୍ରୀ ମହାନ୍ତି, ଲୋପାମୁଦ୍ରା ବାରିକ, ଧିରେନ୍ଦ୍ର ଦାସ, ବିଚିତ୍ର ଲେଙ୍କା, ନେତ୍ରାନନ୍ଦ ରାଉତ, କଳ୍ପତରୁ ନାୟକ, ରାଜୁ କୁବେର, ବ୍ଲକ ଛାତ୍ର ସଭାପତି ପ୍ରକାଶ ସାହୁ, ପୀତବାସ ବେହେରା, ସନ୍ତୋଷ କୁମାର ଦାସ, ଗୌରାଙ୍ଗ ଚରଣ ଲେଙ୍କା, ଅକ୍ଷୟ ମଲ୍ଲିକ, ଶରତ ନାୟକ, ଅଦ୍ୱୈତ ବଲ୍ଲଭ ଜେନା, ପ୍ରଭାତ ଉଡାଣସିଂ, ଅଶ୍ୱିନୀ ପାତ୍ର, ପ୍ରମୋଦ କୁମାର ଲେଙ୍କା, ଏମ୍ଡି ଇର୍ସାକ୍, ନାରାୟଣ ଚନ୍ଦ୍ର ପରିଡା, ଅଜୟ କୁମାର ମହାନ୍ତି, ପ୍ରସାଦ ଜେନା, ଲକ୍ଷ୍ମୀଧର ପଲେଇ, ସୁରେଶ କୁମାର ସାହୁ, ପ୍ରଦୀପ ସୂତାର, ଅକ୍ଷୟ ବାରିକ, ବିଶ୍ୱଜିତ ମହାନ୍ତି, ବାବାଜୀ ମଲ୍ଲିକ, ମୁରଲୀଧର ବେହେରା, ସୁଦାମ ମଲ୍ଲିକ, ଜୟପ୍ରକାଶ ଗିରି, ସିରାଜ ଖାନ୍, ଅଶୋକ ବରାଳ, ଲୋହିତ ମହାନ୍ତି, ରଞ୍ଜିତ ରଞ୍ଜନ ରାଉତ, ନନ୍ଦକିଶୋର ସେଠୀ, ସୁବିିକାଶ ନାୟକ, ଏସ୍କେ ରିୟାଜତ୍, ସୁଜିତ୍ କୁମାର ବେହେରା, ବାସୁଦେବ ଜେନା, ଦୀପକ ପାତ୍ର, ରମାକାନ୍ତ ମଲ୍ଲିକ, ଈଶ୍ୱର କୁମାର ନାଥ, ଦୟାନିଧି ପରିଡା, ସ୍ୱରାଜ କେତନ ରାଉତ, ମୃତ୍ୟୁଞ୍ଜୟ ସାହୁ, ଅଯୋଧ୍ୟା ବିଶ୍ୱାଳ, ଜିତେନ୍ଦ୍ର କୁମାର ସାହୁ, ଆଶୀଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ଲକ ଯୁବ ସଭାପତି ସଙ୍ଗମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।










