ଓଏଏସ୍ ଶୈଳେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା, ୧୦ା୧୧: ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳର ବଂଶୀଧର ମହାନ୍ତିଙ୍କ ସୁପୁତ୍ର ଶୈଳେନ୍ଦ୍ର କୁମାର ମହାନ୍ତିଙ୍କୁ ରବିବାର ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ପାଟରା ସମିତିର ସଭାପତି ନୃସିଂହ ଚରଣ ପାତ୍ର ଯୋଗଦେଇ କହିଲେ ଯେ ଶୈଳେନ୍ଦ୍ର ହେଉଛନ୍ତି ପାଟରା ସମାଜର ଗର୍ବ ଓ ଗୌରବ। ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବା ଏବଂ ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିବା ଗରିବ ଛାତ୍ରଛାତ୍ରୀମାନଙ୍କୁ ପାଟରା ସମାଜ ସହଯୋଗର ହାତ ବଢାଇବ ବୋଲି ସେ କହିଥିଲେ। ଏହି ଅବସରରେ ସମ୍ପାଦକ ପ୍ରଫୁଲ୍ଲ କୁମାର ନାୟକ କହିଲେ ଶୈଳେନ୍ଦ୍ର କେନ୍ଦ୍ରାପଡ଼ାର ଗର୍ବ ଓ ଗୌରବ। ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇ ସେ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ଗୌରବର କଥା। ଆଗାମୀ ଦିନରେ ଶ୍ରୀ ମହାନ୍ତି ସେବା ମନୋବୃତ୍ତି ରଖି ରାଜ୍ୟର ଜନସାଧାରଣଙ୍କ ସେବା କରିବାକୁ ସେ ଆହ୍ୱାନ ଦେଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାନ୍ତି କହିଥିଲେ ଯେ ପିଲାଟି ଦିନରୁ ଲୋକଙ୍କ ସେବା କରିବା ପାଇଁ ସେ ସ୍ୱପ୍ନ ଦେଖିଥିଲେ। ଏବେ କୃତକାର୍ଯ୍ୟ ହେବା ପରେ ଲୋକଙ୍କସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ପାଟରା ସମାଜର ମହାସଭା ସମ୍ପାଦକ ଦିବାକର ସାହୁ, ଉପସଭାପତି ମହେନ୍ଦ୍ର କୁମାର ସାହୁ, ଉପଦେଷ୍ଟା ଅଶୋକ କୁମାର ଷଣ୍ଢ, ସହ ସମ୍ପାଦକ କାଶୀନାଥ ସାହୁ, ବାବାଜି ଚରଣ ପୃଷ୍ଟି, ମୂରଲୀଧର ମହାନ୍ତି, ଅକ୍ଷୟ କୁମାର ପାତ୍ର, ରାଜକିଶୋର ସାହୁ, ସଞ୍ଜୟ କେତନ ପାତ୍ର, ଦୁବାସ ସାହୁଙ୍କ ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ।


Next Post

ଧୋୟାଂଚଳରେ ବିଜେଡି ଜନସମ୍ପର୍କ ପଦଯାତ୍ରା

Sun Nov 10 , 2024
ପଟ୍ଟାମୁଣ୍ଡାଇ ୧୦/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳରେ ରବିବାର ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅଳପୁଆ ମା ଧାନେଶ୍ୱରୀ ପୀଠରୁ ଆରମ୍ଭ ହୋଇ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପ୍ରାକ୍ତନ ବ୍ଲକ ଉପାଧକ୍ଷ ସୁଶାନ୍ତ ଦାସ,ବରିଷ୍ଠ ନେତା ଧନେଶ୍ୱର ପ୍ରଧାନ, […]

KANIKA