କେନ୍ଦ୍ରାପଡା, ତା.୧୦/୧୧: ଚଳିତ ବର୍ଷ ମାଣ୍ଡିଆ ଦିବସ ପାଳନ ପରିପେକ୍ଷୀରେ କେନ୍ଦ୍ରାପଡ଼ା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ୧୨.୩୦ ମିନିଟ୍ ସମୟରେ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଅୟୋଜିତ ହୋଇଯାଇଛି । ଓଡିଶାର ପାରମ୍ପରିକ ଖାଦ୍ୟ ଐତିହ୍ୟ ସହିତ ଜଡିତ ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଓ ଖାଦ୍ୟ ସଂସ୍କୃତିରେ ପାରମ୍ପରିକ ଖାଦ୍ୟକୁ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମହାକାଳପଡ଼ାର ବିଧାୟକ ଡଃ ଦୂର୍ଗା ପ୍ରସନ୍ନ ନାୟକ ମତବ୍ୟକ୍ତ କରିଛନ୍ତି । ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଅରବିନ୍ଦ ଦାସ, ମାର୍ଶାଘାଇ କୃଷି ଜିଲ୍ଲା ଅଧିକାରୀ ହେମନ୍ତ କୁମାର ସାମଲ, ପଟ୍ଟାମୁଣ୍ଡାଇ କୃଷି ଜିଲ୍ଲା ଅଧିକାରୀ, କେନ୍ଦ୍ରାପଡ଼ା କୃଷି ଜିଲ୍ଲା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବଳଦେବଜୀଉଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମାର୍ଶାଘାଇ କୃଷି ଜିଲ୍ଲା ଅଧିକାରୀ ହେମନ୍ତ କୁମାର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ଯ ଯେ ଗତ ୧ ନଭେମ୍ବର ଠାରୁ ଏକ ସଚେତନତା ରଥ କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକ ପରିକ୍ରମା କରି ପାରମ୍ପାରିକ ଖାଦ୍ୟକୁ ଆମ ଖାଦ୍ୟ ସଂସ୍କୃତିରେ ସାମିଲ କରିବା ନିମନ୍ତେ ସଚେତନ କରାଉଥିଲା । ମାଣ୍ଡିଆରେ ଲୌହସାର, ପୁଷ୍ଟିସାର ଅଧିକ ଥିବାରୁ ଏହାକୁ ଆମେ ବ୍ୟବହାର କଲେ ଶରୀରର ପୌଷ୍ଟିକ ତତ୍ତ୍ୱର ଅଭାବ ରହିବ ନାହିଁ । ଶ୍ରୀଅନ୍ନ ଓ ପାରମ୍ପରିକ ଖାଦ୍ୟ ସମ୍ପର୍କରେ କେନ୍ଦ୍ରାପଡାର ଇଚ୍ଛାପୁର ସରକାରୀ ହାଇସ୍କୁଲ ଓ ଡେରାବିଶି ବ୍ଲକର ସୁଦର୍ଶନ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ (ନୃତ୍ୟ) ପ୍ରତିଯୋଗୀତା କରାଯାଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ୨୨ ଜଣ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆମେ ଯେଉଁ ପୁରାତନ ଖାଦ୍ୟକୁ ଆମ ଖାଦ୍ୟ ସଂସ୍କୃତି ଠାରୁ ଦୂରେଇ ଦେଇଛୁ, ତାକୁ ପୁଣି ଥରେ ଖାଦ୍ୟରେ ସାମିଲ କଲେ ଆମ ଶରୀର ପୌଷ୍ଟିକତତ୍ତ୍ୱରେ ଭରପୁର ହେବ ଏବଂ କୃଷି ଓ କୃଷକ ସଶକ୍ତିକରଣରେ ସାହାର୍ଯ୍ୟ କରିବା ଉପରେ ଏକ ଦୃଦୟସ୍ପର୍ଶୀ ଆଲୋଚନା ବରିଷ୍ଠ ତଥା ଅଭିଜ୍ଞ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା । ଜିଲ୍ଲାର ୬ ଜଣ ଶ୍ରେଷ୍ଠ ବିବଚିତା କୃଷକଙ୍କୁ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲ । ଶେଷରେ ହେମନ୍ତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ଓ ବ୍ଲକ କୃଷି ଅଧିକାରୀ ଓ କର୍ମକର୍ତ୍ତା, ଛାତ୍ରଛାତ୍ରୀ, କୃଷକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।
kanikanews.in
Next Post
ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୦୫ ୟୁନିଟ ରକ୍ତ ସଂଗ୍ରହ
Sun Nov 10 , 2024
ପଟ୍ଟାମୁଣ୍ଡାଇ ୧୦/୧୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ନିଗିନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଷରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୦୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଏହି ରକ୍ତଦନ ଶିବିରକୁ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ସଂଯୋଜକ ମଳୟ କୁମାର ବାରିକ, ଉତ୍କଳମଣୀ ଯୁବକସଂଙ୍ଗ ସଭାପତି ଗୌତମ ବେହେରା, ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା, ଶ୍ରୀ ଜଗନ୍ନାଥ ଚାରିଟେବୁଲ […]

You May Like
- 11 months ago
ଆସନ୍ତା ୧୪ରେ ରାଷ୍ଟ୍ରୀୟ ଲୋକ ଅଦାଲତ
- 8 months ago
ରାଜନୈତିିକ ବୟାନବାଜୀ ବନ୍ଦ କରନ୍ତୁ ଜିଲ୍ଲାପାଳ : ବିଜେଡି