ଗୁଲନଗର ଗ୍ରାମରେ ଶାରଳା ମେଳା



କେନ୍ଦ୍ରାପଡା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଉନବିଂଶ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଇଯାଇଛି । ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀବଳଦେବଜୀଉ ମନ୍ଦିରରୁ କରପଲ୍ଲବ ଓ ମହାପ୍ରସାଦ ଅଣାଯିବା ପରେ ଗୋବରୀ ଘାଟରୁ ଭକ୍ତମାନେ କଳସରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । ପ୍ରେମାନନ୍ଦ କର ଓ ପତିତପାବନ ନାୟକ କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ପଣ୍ଡିତ ପ୍ରସନ୍ନ ପଣ୍ଡା, ଦିଲ୍ଲୀପ ରଥଙ୍କ ତତ୍ତ୍ୱାବଧାନରେ ଚଣ୍ଡୀପାଠ କରାଯାଇଥିଲା । ଏହି ଉପଲକ୍ଷେ ଶ୍ରୀରାମ ଭଜନସନ୍ଧ୍ୟା ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନଳିନୀକାନ୍ତ ସାହୁ, ସୁଧାଂଶୁ ଶେଖର ସାହୁ, ଛବି ସାହୁ, ରଞ୍ଜିତ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ । ଏହି ମହୋତ୍ସବରେ ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।


Next Post

ପାରାଦୀପ- ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ସମୀକ୍ଷା

Fri Feb 7 , 2025
କେନ୍ଦ୍ରାପଡା,୨୭ା୧: ପାରାଦୀପ – ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥର ୮ ଲେନ ରାସ୍ତା ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମାଟି, ବାଲି, ପାଣି ସୁରକ୍ଷା ମଞ୍ଚ(ମାବାପା)ର ଆବାହକ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଏକ ୩ଦଫା ଦାବି ନେଇ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ ଯେ […]

KANIKA