ଭିନ୍ନକ୍ଷମଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ନିବେଦନ


କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ବରାହିଲୋ ଗ୍ରାମର ଅନାମ ଚରଣ ମଳିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହ ନିର୍ମାଣ ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଭେଟି ନିବେଦନ କରିଛନ୍ତି। ସେ ଜଣେ ଭିନ୍ନକ୍ଷମ ତଥା ଦଳିତ ସଂପ୍ରଦାୟର ଗରିବ ଲୋକ ଅଟନ୍ତି। ପୂର୍ବରୁ ବାରମ୍ବାର ସେ ଏଥିନିମନ୍ତେ ଦରଖାସ୍ତ କରିଥିଲେ ବି ତାଙ୍କ ଆବେଦନକୁ ବିଚାର କରାଯାଇନଥିବା ଅନାମ ଓ ତାଙ୍କ ପତ୍ନୀ ବିଡିଓ ଶ୍ରୀମତୀ ବାରିକଙ୍କୁ କହିବା ସହିତ ତାଙ୍କୁ ସରକାରଙ୍କ ଆବାସ ଯୋଜନାରେ ଏକ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading