ମା’ବେଲ ମଙ୍ଗଳାପୀଠରେ କବିତା ପାଠୋତ୍ସବ



କେନ୍ଦ୍ରାପଡ଼ା,୧୫ା୧୧: ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରା ଓ ସଂସ୍କୃତିର ସ୍ମୃତିଚାରଣ ଉଦେଶ୍ୟରେ କପାଳେଶ୍ୱର ମା’ବେଲ ମଙ୍ଗଳା ପୂଜା କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ ବେଲମଙ୍ଗଳା ପୀଠରେ ଏକ କବିତା ପାଠୋତ୍ସବ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଯୋଗଦେଇ କହିଲେ ଯେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ସ୍ମୃତିଚାରଣ କରିବା ପାଇଁ କବିତାହିଁ ଉପଯୁକ୍ତ ମାଧ୍ୟମ। କବିତା ମାଧ୍ୟମରେ ଆମ ସଂସ୍କୃତି ଓ ପରମ୍ପରାର ସ୍ମୃତିଚାରଣ କରାଗଲେ ଏହା ଭବିଷ୍ୟତ ପୀଢିଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ସତୀର୍ଥର ଅମର ପ୍ରସାଦ ରାଉତ, ସାରଥୀ କାନୁନଗୋ, ଗଗନବିହାରୀ ଜେନା ଓ ଧନେଶ୍ୱର ବାବା ପ୍ରମୁଖ ଯୋଗଦେଇଥିଲେ। କବି ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ କବି ଓ କବୟିତ୍ରୀମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିବା ବେଳେ କମିଟି ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ବେଲ ମଙ୍ଗଳା ପୂଜା କମିଟିର ମୁଖ୍ୟ ପୁରୋଧା ରବିନାରାୟଣ ମହାପାତ୍ର ମଙ୍ଗଳାଚରଣ ପାଠ କରିଥିଲେ। କମିଟିର ସଦସ୍ୟ ଉମାକାନ୍ତ ମହାନ୍ତି ଓ ସୁରେଶ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Next Post

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ

Fri Nov 15 , 2024
କେନ୍ଦ୍ରାପଡ଼ା,୧୫ା୧୧: ଧରିତ୍ରୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମବାର୍ଷିକ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ (କଲ୍ୟାଣ ବିଭାଗ) କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ବିଧାୟକ ଡଃ. ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ […]

You May Like