ଆନ୍ତର୍ଜାତିକ ଯୋଗଦିବସ ଅବସରରେ କେନ୍ଦ୍ରାପଡାରେ ଯୋଗାଭ୍ୟାସ


 

କେନ୍ଦ୍ରାପଡା,୨୧/୬: ପତଞ୍ଜଳୀ ଯୋଗପୀଠ ତତ୍ତ୍ୱାବଧାନରେ କେନ୍ଦ୍ରାପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ତରଫରୁ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମ କେନ୍ଦ୍ରାପଡାସ୍ଥିତ ତିନିମୁହାଣୀ ରାମ ମନ୍ଦିର ପରିସରରେ ସମାଜସେବୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଯୋଗପ୍ରେମୀ ଯୋଗାଭ୍ୟାସ କରିଥିଲେ । ପତଞ୍ଜଳୀ ଯୋଗ ସମିତିର କାର୍ଯ୍ୟକର୍ତ୍ତା ଯୋଗଗୁରୁ ବିଭୂପ୍ରସାଦ ଦାସ, ପତଞ୍ଜଳୀ ଯୋଗ ସମିତିର ଜିଲ୍ଲା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଇଂ ବିଶ୍ୱନାଥ ବେହେରା, ପତଞ୍ଜଳୀ ଯୋଗ ସମିତିର ସଂଗଠକ ମନ୍ମଥନାଥ ରାଉତ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଯୋଗଗୁରୁ ଶୁଭାଂଶୁ କୁମାର ଦାସ, ଶିବ ପ୍ରସାଦ ମିଶ୍ର ଯୋଗଶିକ୍ଷା ପ୍ରଦାନ କରିଥିଲେ । ଯୋଗର ଉପାଦେୟତା ଓ ଯୋଗଦ୍ୱାରା କିପରି ରୋଗମୁକ୍ତ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ରାଜନୀତିଜ୍ଞ ସୁନାକର ବେହେରା, ସମାଜସେବୀ ଉପିନ କୁମାର ରାଉତ, ନେହେରୁ ସାହୁ, ଗୁଲନଗର ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ ଯୋଗଦାନ କରି ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଯୋଗାଭ୍ୟାସ କାର୍ଯ୍ୟକ୍ରମକୁ ସହ ରାଜ୍ୟ ମହିଳା ପ୍ରଭାରୀ କଳ୍ପନା ପରିଡା, ଜିଲ୍ଲା ମହିଳା ପ୍ରଭାରୀ ନନ୍ଦିତା ସୂତାର, ଯୋଗଗୁରୁ ସୁମନ୍ତ ପଲାଇ, ରମାକାନ୍ତ ଜେନା, ସୂର୍ଯ୍ୟକାନ୍ତ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ ।ଶିବିରାର୍ଥୀଙ୍କୁ ଧନ୍ୟବାଦ ପୂର୍ବକ ଯୋଗକୁ ଗାଁ ଗହଳିରେ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦିଆଯାଇଥିଲା । ଶେଷରେ ରାମ ମନ୍ଦିର ପରିଚାଳନା ସମିତିର ଏହି କାର୍ଯ୍ୟକ୍ରମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦିଆଯାଇଥିଲା ।


Next Post

ଟ୍ରକ ମାଲିକଙ୍କୁ ମାନସିକ ନିର୍ଯାତନା ମାମଲା , ଖାଉଟି ଅଦାଲତ ବ୍ୟାଙ୍କ ଉପରେ ଜରିମାନା

Sat Jun 22 , 2024
କେନ୍ଦ୍ରାପଡ଼ା,୨୧ା୬:କେନ୍ଦ୍ରାପଡ଼ା କପାଳେଶ୍ୱର ଗ୍ରାମର କ୍ଷେତ୍ରବାସୀ ଜେନା ଇଣ୍ଡସଇଣ୍ଡ ବ୍ୟାଙ୍କ ଠାରୁ ଋଣ ଆକାରରେ ଏକ ଟ୍ରକ କିଣିଥିଲେ । ଇଣ୍ଡସଇଣ୍ଡ ବ୍ୟାଙ୍କ ଋଣ ପୈଠ ବାବଦରେ ମାନସିକ ନିର୍ଯାତନା ଦେବା ଓ ଋଣ ନ ଥାଇ ଟ୍ରକକୁ ଟାଣିନେବା ଉଦ୍ୟମ କରାଯାଇଥିଲା । ଏହି ମାମଲାର ବିଚାର କରି କେନ୍ଦ୍ରାପଡ଼ା ଖାଉଟି ଅଦାଲତ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । […]