କେନ୍ଦ୍ରାପଡ଼ା,୧୫ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଆୟୋଜିତ ୭ମ ବାର୍ଷିକ ବାଲିଯାତ୍ରା ମହୋତ୍ସବକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦାନ କରି ପ୍ରଥମେ ଗୋବରୀ ନଦୀରେ ବୋଇତ ବନ୍ଦାଣ କରିବା ପରେ ଆନୁଷ୍ଠାନିକ ଭାବରେ କେନ୍ଦ୍ରାପଡା ବାଲିଯାତ୍ରା-୨୦୨୪କୁ ଉଦ୍ଘାଟନ କରି କହିଲେ ଗୋବରୀ ନଦୀ ହେଉଛି କେନ୍ଦ୍ରାପଡାର ଗଙ୍ଗା । ନୌବାଣିଜ୍ୟର ଇତିହାସକୁ ଉତ୍ତର ପିଢିମାନେ କାଳ୍ପନିକ ଘଟଣା ନ ଭାବି ଏହାର ଇତିହାସକୁ ଜାଣିଲେ ଆମର ମାନସିକତା ଶାଣିତ ହେବ । ଏଥିରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମହେଶ ପାଢୀ ସଭା ଆହ୍ୱାନ କରିଥିବା ବେଳେ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ସଞ୍ଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ଯୋଗଦେଇ କହିଲେ କେନ୍ଦ୍ରାପଡାର ଗୁଲନଗର, ସୁଜାନଗର, ଉଦୟନଗର ଓ କୋଶିଆପାଳ ଥିଲା ନୌବାଣିଜ୍ୟର ପେଣ୍ଠସ୍ଥଳୀ । ଏହି ଅଞ୍ଚଳରେ ସମସ୍ତ ପ୍ରକାରର କାରିଗରମାନେ ବାସବାସ କରିଥାନ୍ତି । ଏହିଠାରୁ ବିଦେଶକୁ ବାଣିଜ୍ୟ ହୋଇ ଆସୁଥିଲା ଯଥା ବାଉଁଶ ନଳୀରେ ତନ୍ତ ବୁଣା ଶାଢୀ, ମାଟି ପାତ୍ର, କଂସା ବାସନ ଇତ୍ୟାଦି ବିଦେଶକୁ ରପ୍ତାନୀ କରାଯାଉଥିଲା ବୋଲି ଅତିଥିମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲିଲିତା ଦାସ, ସିଡିଏମଓ ପ୍ରମୋଦ କୁମାର ପ୍ରହରାଜ, କେନ୍ଦ୍ରାପଡା ପୌରାଧ୍ୟକ୍ଷ ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ଜିଲ୍ଲା ପରିଷଦ ୮ନଂ ଜୋନ ସଭ୍ୟ ରଶ୍ମିରଞ୍ଜନ ରାଉତ ଏବଂ ୬ ନଂ ଜୋନ ସଭ୍ୟ ନିର୍ମଳା ମହାନ୍ତି ପ୍ରମୁଖ ଯୋଗଦାନ କରି କେନ୍ଦ୍ରାପଡା ନୌବାଣିଜ୍ୟ ଗୌରବଗାଥାକୁ ଆଲୋକପାତ କରିଥିଲେ । ବାଲିଯାତ୍ରା ମହୋତ୍ସବ ମୁଖପତ୍ର ୨୦୨୪କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବହୁ ବିଶିଷ୍ଟ ଲେଖକମାନଙ୍କର ଉତ୍କଳର ଗୌରବମୟ ନୌବାଣିଜ୍ୟ ଓ ବାଲିଯାତ୍ରା ସମ୍ପର୍କୀୟ ତଥ୍ୟମାନ ପ୍ରକାଶ ପାଇଛି । ଉପସଭାପତି ଧିରେନ୍ଦ୍ର ଦାସ, ଟୁଟୁ ଗେରୁ, ଶ୍ରୀଧର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଉପ ସଭାପତି ଅଭିମନ୍ୟୁ ଗୋଛାୟତ ଧନ୍ୟବାଦ ଜ୍ଞାପନ କରିଥିଲେ । ସାତଦିନ ବ୍ୟାପୀ ଚାଲିବାକୁ ଥିବା ବାଲିଯାତ୍ରା ମହୋତ୍ସବର ଭରପୁର ଆନନ୍ଦ ନେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୨ଟି ଗ୍ରୁପ ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ମୃତ୍ୟୁଞ୍ଜୟ ସାହୁ, ରାଜୁ କୁବେର, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଅଭିମନ୍ୟୁ ଗୋଛାୟତ, ରାମଚନ୍ଦ୍ର ବାରିକ, ଲାଲବାବୁ, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, କୈଳାସ ଗେରୁ, ପୀତବାସ ବେହେରା, ସାଂସ୍କୃତିକ ସମ୍ପାଦକ ସତ୍ୟପ୍ରିୟ ଦାସ, ଲୋପାମୁଦ୍ରା ବାରିକ, ପ୍ରଦୀପ୍ତ ମହାନ୍ତି, ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟ, ମହେନ୍ଦ୍ର ଆଚାର୍ଯ୍ୟ, ମିଡିଆସେଲ ସମ୍ପାଦକ ଅଲେଖ ନାୟକ ଓ ଲକ୍ଷ୍ମୀକାନ୍ତ ନାୟକ, ପୀତବାସ ବେହେରା, ରମଣୀ ରଞ୍ଜନ ରାଉତରାୟ, ପିତବାସ ଦାସ, ଶତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ତ୍ରିଲୋଚନ ଦାସ, ପଞ୍ଚାନନ ଦାସ, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁ, ସ୍ଥାନୀୟ ଅଞ୍ଚଳର ବାଲିଯାତ୍ରା ପ୍ରେମୀମାନେ ଯୋଗ ଦେଇଥିଲେ ।