କଳପଡା ଲୁଣାନଦୀ ଘାଟରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟିତ



କେନ୍ଦ୍ରାପଡ଼ା,୧୫ା୧୧: ଶୁକ୍ରବାର ସକାଳ ୭ଘଟିକା ସମୟରେ କଳପଡା ଲୁଣାନଦୀ ଘାଟରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ କଳପଡା ଲକ୍‌ଠାରୁ ଅତିଥିମାନଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନଦୀକୂଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ନଦୀକୂଳରେ ସୁସଜ୍ଜିତ ମଞ୍ଚରେ ସମିତିର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ରାପଡାରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରାଇଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଶ୍ମିତା ସେଠୀ, ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସ୍ମିତା ସାମଲ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ସମିତି ସଭ୍ୟ ଶିବ ପ୍ରସାଦ ସାହାଣୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଭାପତି ସୁନିଲ କୁମାର ଜେନା, କାର୍ଯ୍ୟକାରୀ ସଭାପତି ରଞ୍ଜିତ କୁମାର ସାହାଣୀ, ଉପସଭାପତି ଗୌତମ ସ୍ୱାଇଁ, ସମ୍ପାଦକ ପ୍ରଭାତ ରଞ୍ଜନ ସ୍ୱାଇଁ, କଳ୍ପତରୁ ନାୟକ, ମାଥନ ସ୍ୱାଇଁ, ଶୁଭେନ୍ଦୁ ସ୍ୱାଇଁ, ପ୍ରଭୁ ବରାଳ, ସାହିବ ସ୍ୱାଇଁ, ସରୋଜକାନ୍ତ ରାଉତ, ପ୍ରକାଶ ଜେନା, ପ୍ରମୋଦ ସ୍ୱାଇଁ, ସତ୍ୟନାରାୟଣ ପ୍ରଧାନ, କେଦାର ମହନ୍ତି, ଅଭିଜିତ ସ୍ୱାଇଁ, ବିଶ୍ୱଜିତ ସ୍ୱାଇଁ, ଅଭିଜିତ ନାୟକ, ରାଜେନ୍ଦ୍ର ଜେନା, ସୁଦାମ ବାରିକ, ଅବିନାଶ ସ୍ୱାଇଁ, ଲିଟନ ସ୍ୱାଇଁ, ଲଲାଟ କେଶରୀ ସାମଲ, ବିଶ୍ୱଜିତ ନାୟକ, ହିମାଂଶୁ ନାୟକ, ଭବାନୀ ଶଙ୍କର ସ୍ୱାଇଁ, ଶତ୍ରୁଘନ ସାହାଣୀ, ଚିରଞ୍ଜୀବ ମହାନ୍ତି, ସୌମ୍ୟ ପ୍ରଧାନ, ଦେବଦତ୍ତ, ଗଣେଶ, ଶେଖର, ରାଜା, କୈଳାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସହ ସମ୍ପାଦକ ଜୀବନଜ୍ୟୋତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ସାତ ଦିନ ଧରି ଚାଲିବ । ପ୍ରତ୍ୟୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସହ ସମ୍ପାଦକ ଜୀବନଜ୍ୟୋତି ଜେନା ଜଣାଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading