ଓଡିଶା ମହିଳା ଟେନିସ ବଲ କ୍ରିକେଟ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଖେଳାଳି ମନୋନୀତ



କେନ୍ଦ୍ରାପଡ଼ା,୧୬ା୧୧: ଜାମ୍ମୁ କାଶ୍ମୀରଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ତମ ସର୍ବଭାରତୀୟ ମହିଳା କ୍ରିକେଟ ପ୍ରତିଯୋଗୀତାରେ ଓଡିଶା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ମହିଳା ଖେଳାଳୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ସୀତୁପ୍ରଭା ନାୟକ, ସ୍ମୃତିରୂପା ମଲ୍ଲିକ, ଶଶୀରେଖା ସାହୁ । ସେହିପରି ଦଳର କୋଚ ଭାବରେ ନବରଙ୍ଗପୁରର ଅଜିତା ଦାସ, ମ୍ୟାନେଜେର ଭାବରେ ରଂଜନ କୁମାର ନାୟକ ଦଳରେ ଗସ୍ତ କରିଛନ୍ତି। ଆଜି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଓଡିଶା ଟେନିସ କ୍ରିକେଟ ବଲ ଆସୋସିଏସନର ସଭାପତି ସୁରଜ କୁମାର ମିଶ୍ର, ସାଧାରଣ ସମ୍ପାଦକ ଶିଥିଲ କୁମାର ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲା ଟେନିସ ବଲ କ୍ରିକେଟ ଆସୋସିଏସନ ସମ୍ପାଦକ ଜ୍ୟୋତିର୍ମୟ ଦାସ ଉପସ୍ଥିତ ରହି ଗସ୍ତ ପୂର୍ବରୁ ଦଳର ଶୁଭକାମନା କରିଥିଲେ । ଏହି ଖବର ପାଇବା ପରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ଆଥ୍‌ଲେଟିକ ଆସୋସିଏସନ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କ୍ରିକେଟ ଆସୋସିଏସନ ସମ୍ପାଦକ ସୁବାଶିଷ ସେନାପତି, ବିଶିଷ୍ଟ ଯୁବ ନେତା ରାଜେଶ ପଣ୍ଡା, ହିରଣ୍ୟ କୁମାର ପଣ୍ଡା, ରାଜେଶ ଦାସ, ସେକ ସଲ୍ଲିମ, କାଉନସିଲର ପ୍ରଦୀପ୍ତ କୁମାର ଜେନା, ସେକ ଅସଲାମ, କାଳୀ ପ୍ରସାଦ ମିଶ୍ର, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଧିରେନ କୁମାର ସାହୁ, ସମାଜସେବୀ ଦେବେନ୍ଦ୍ର ରାଉତ, ରେବତୀ ରମଣ ଦାସ, ହିମାଂଶୁ ଶେଖର ଦାସ, ଧିରେନ ଦାସ, ଆଡ଼ଭୋକେଟ ସଂଜୟ କୁମାର ଜେନା, ବିଜୟ କୁମାର ଦାସ, ଆସୋସିଏସନ ସଭାପତି ଭଗବାନ ବିଶ୍ୱାଳ, ବରିଷ୍ଠ ସଭ୍ୟ ଡ଼. ହିମାଂଶୁ ମହାନ୍ତି, ଛବିପ୍ରାସାଦ ମହାକୁଡ଼, ଦେବେନ୍ଦ୍ର ସାହୁ, ଶରତ ପୃଷ୍ଟି, ସତ୍ୟପ୍ରକାଶ ତ୍ରିପାଠୀ, ଦେବାଶିଷ ସିଂ, ରଂଜନ କୁମାର ସାହୁ, ବରଦା କାନ୍ତ ବରାଳ, ସସ୍ମିତା ପଣ୍ଡା, ମନୋଜ ସାହୁ, ସମୀର ଦାସ, ନିଗମାନନ୍ଦ ସାହୁ, ନିରଞ୍ଜନ ମହାରଣା, ନିରଞ୍ଜନ ପତ୍ରୀ, ନୃସିଂହ ସାହୁ ପ୍ରମୁଖ ଜିଲ୍ଲାର ଖେଳାଳୀମାନଙ୍କୁ ଶୁଭକାମନା ଜଣାଇବା ସହ ଓଡିଶା ଦଳକୁ ଶୁଭକାମନା ଜଣାଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading