କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ



କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପରିସରରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସପ୍ତରଙ୍ଗି ସମବାୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସମବାୟ ସମିତି ସମୁହର ମଣ୍ଡଳ ସହକାରୀ ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାସ ଯୋଗଦେଇ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମବାୟବିତ୍ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସମବାୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ କେନ୍ଦ୍ରାପଡା ସମବାୟ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳ, ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି, ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟ ଓ ସଦସ୍ୟାମାନେ, ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ବ୍ୟାଙ୍କର କର୍ମଚାରୀ ଏବଂ ଶତାଧିକ ସମବାୟ ପ୍ରେମୀ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ। ବ୍ୟାଙ୍କର ସଭାପତି, କେନ୍ଦ୍ରାପଡା ସମବାୟ ସମିତି ସମୁହର ଉପନିବନ୍ଧକ ଓ ଉତ୍ସବର ମୁଖ୍ୟ ଅତିଥି କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ପ୍ରମୁଖ ସେମାନଙ୍କ ଅଭିଭାଷଣରେ ସମବାୟର ଆଭିମୁଖ୍ୟ, ସଫଳତା ଓ ସାଂପ୍ରତିକ ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା ପୂର୍ବକ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ଗଠନର ଆଭିମୁଖ୍ୟ ଓ ବର୍ତ୍ତମାନର କ୍ରିୟାଶୀଳତା ଉପରେ ଆଲୋକପାତ କରିଥିଲେ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading