ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ରାଜ୍ୟ ସ୍ତରରେ ଦ୍ୱିତୀୟ



କେନ୍ଦ୍ରାପଡ଼ା,୧୮ା୧୧: ରାଜ୍ୟସ୍ତରୀୟ ୭୧ତମ ସମବାୟ ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଧାନସଭା ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଏବଂ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳସାମନ୍ତ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ସମବାୟ ସମିତି ସମୁହର ନିବନ୍ଧକ ଓ ମହାସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି। ସମିତିର ସଭାପତି ବସନ୍ତ କୁମାର ରାଉତ ଏବଂ ସମ୍ପାଦକ ପ୍ରବୋଧ କୁମାର ଲେଙ୍କା ଆଜି ଅତିଥିମାନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଋଣ କାରବାର, ଜମା ସଂଗ୍ରହ, କମ୍ପ୍ୟୁଟରିକରଣ, ସ୍ୱୟଂ ସହାୟିକା ଗୋଷ୍ଠିକୁ ଋଣ ପ୍ରଦାନ, ଚାଷୀଙ୍କୁ ସାର ଓ ବିହନ ପଭୃତି ଯୋଗାଣରେ ସଫଳ ହୋଇଥିବାରୁ ଭରତପୁର ପ୍ୟାକ୍ସ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର ଏହି ପୁରସ୍କାର ପ୍ରାପ୍ତ ହୋଇଛି।


Next Post

ରାଜନୈତିିକ ବୟାନବାଜୀ ବନ୍ଦ କରନ୍ତୁ ଜିଲ୍ଲାପାଳ : ବିଜେଡି

Mon Nov 18 , 2024
କେନ୍ଦ୍ରାପଡ଼ା,୧୮ା୧୧: ଜିଲ୍ଲାପାଳ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଉଚିତ। କାରଣ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଅପେକ୍ଷା ରାଜନୈତିକ ବୟାନବାଜୀରେ ଲିପ୍ତ ରହିଛନ୍ତି। ତେଣୁ ସେ ଏହି ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲା […]

You May Like