ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟା , ଆସନ୍ତାବର୍ଷ ଢଳେଇ ପୋଲ ସମ୍ପୂର୍ଣ୍ଣ ହେବ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର



କେନ୍ଦ୍ରାପଡ଼ା,୧୮ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଲେ ଏହିଠାରେ ପ୍ରତିବର୍ଷ ବାଲିଯାତ୍ରା ହେବ । ଯାହା ସହଯୋଗ ଆବଶ୍ୟକ ମୁଁ କରିବି । ଆସନ୍ତାବର୍ଷ ଭିତରେ ଏଠାରେ ଏକ ସ୍ଥାୟୀ ମଞ୍ଚ ଓ ଢଳେଇ ପୋଲ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ବିଶିଷ୍ଟ କଥାବାଚକ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ, ମହାକାଳପଡା ବିଧାୟକ ଦୂର୍ଗାପ୍ରସନ୍ନ ନାୟକ ବିଶିଷ୍ଟ ଅତିଥି, ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରାର ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ କମିଟି ପକ୍ଷରୁ କେନ୍ଦ୍ରାପଡା ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ଫଟୋ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ କୃଷକ ନେତା ବିକ୍ରମ କେଶରୀ ରାଉତରାୟ ଅତିଥିମାନଙ୍କୁ ଆମନ୍ତ୍ରଣ କରିବା ସହିତ ଅଭିମନ୍ୟୁ ଗୋଚ୍ଛାୟତ ଅତିଥି ପରିଚୟ ଦେଇଥିବା ବେଳେ ରମଣୀ ରଞ୍ଜନ ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । କମିଟିର ସଂପାଦକ ସଂଜୟ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପତ୍ରିକା ସଂପାଦକ ଶୁଭ୍ରାଂସୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋହିତ ମହାନ୍ତି, ରାଜୁ କୁବେର, କରୁଣାକର ଦାସ, ପୀତବାସ ବେହେରା, ରବୀନ୍ଦ୍ର ସାହୁ, ପ୍ରତାପ ନାରାୟଣ ମହାପାତ୍ର, କରୁଣାକର ଦାସ, ଟୁଟୁ ଗେରୁ, ଶ୍ରୀଧର ମହାନ୍ତି, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ମହେଶ ପାଢି, ମୃତ୍ୟୁଞ୍ଜୟ ସାହୁ, ରାମଚନ୍ଦ୍ର ବାରିକ, ଲାଲବାବୁ, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, କୈଳାସ ଗେରୁ, କାଶୀନାଥ ରାଉତରାୟ, ମହେନ୍ଦ୍ର ଆଚାର୍ଯ୍ୟ, ପିତବାସ ଦାସ, ଶତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading