କାର୍ତିକେଶ୍ୱର ଭସାଣିବେଳେ ଅଳଭା ଗ୍ରାମରୁ ବଡ଼ଧରଣର ସଶସ୍ତ୍ର ଡକାୟତି , ୫ଭରି ସୁନା ରୁପା ଓ ଟଙ୍କା ଲୁଟ : ଏସ ପି ଓ ପୋଲିସ ସନ୍ଧାନୀ କୁକୁର ସହାୟତା ତଦନ୍ତ ଜାରି



ପଟ୍ଟାମୁଣ୍ଡାଇ ୨୧/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ରାତି ୮. ୪୫ମିନିଟ ସମୟରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ଶେଷମୁଣ୍ଡ ପମ୍ପ ହାଉସ ଠାରୁ କିଛି ଦୂରରେ ଥିବା ଏକ କୋଠା ଘରେ ବୃଦ୍ଧ ରତ୍ନାକର ଜେନା ଓ ପତ୍ନୀ ହେମଲତା ଜେନା ରହନ୍ତି । ତାଙ୍କ ପୁତ୍ର ପରିବାର ସହ ଭୁବନେଶ୍ୱରରେ ରହନ୍ତି । ଗତକାଲି ଅଳଭା ଗ୍ରାମରେ କାର୍ତିକେଶ୍ୱର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭସାଣି ଯୋଗୁଁ ଗାଁ ଲୋକମାନେ ଭସାଣି ଉତ୍ସବରେ ବ୍ୟସ୍ତ ଥିଲେ । ଏହି ସୁଯୋଗରେ ଗାଁ ଠାରୁ କିଛି ଦୂରରେ ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତିଙ୍କ ଉପରେ ନଜର ପଡିଥିଲା କିଛି ଦୁବୃର୍ତଙ୍କର ଓ ଯାହାଫଳରେ ତାଙ୍କ ଘରୁ ଡକାୟତି କରିବା ପାଇଁ ଯୋଜନା କରି ରାତି ୮. ୪୫ ମିନିଟ ସମୟରେ ମୋଟର ସାଇକେଲରେ ୫ଜଣ ଦୁବୃର୍ତ ଆସି ଘର କବାଟ ବାଡେଇ ଥିଲେ । ବେଶୀ ରାତି ହୋଇ ନଥିବାରୁ କୌଣସି ସନ୍ଦେହ ନକରି ବୃଦ୍ଧ ଦମ୍ପତି ଘର କବାଟ ଖୋଲି ଥିଲେ । ଯୋଜନା ଅନୁଯାୟୀ ମୋଟର ସାଇକେଲ ଜଗି ବାକୁ ୨ଜଣ ରହି ବାକି ୩ଜଣ ଘର ମଧ୍ୟରେ ପ୍ରବେଶ କରି ବୃଦ୍ଧ ଦମ୍ପତିଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ଭୟଭୀତ କରିବା ସହିତ ୫ଭରି ସୁନା ରୁପା ଓ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଗୃହ କର୍ତା ରତ୍ନାକର ଜେନା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆ ଡକାୟତିର ୨୫ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଗୃହତର୍କା ରତ୍ନାକରଙ୍କ ଏତଲାକୁ ଭିତିି କରି ଆଦର୍ଶ ଥାନା କେଶ ୩୪୩/୨୦୨୪ରେ ଏକ ଡକାୟତି ମାମଲା ରୁଜୁ କରି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁ ପୋଲିସ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ସହିତ ଅଳଭା ଗ୍ରାମର ଡକାୟତି ସ୍ଥଳକୁ ତନାଘନା ତଦନ୍ତ ଆରମ୍ଭ କରିଛନ୍ତି । ଏହି ମାମଲାକୁ ଗୁରୁତର ସହକାରେ ନେଇ ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛି ।


Next Post

ଅବସରପ୍ରାପ୍ତ ଶିକ୍ଷକଙ୍କ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ

Thu Nov 21 , 2024
କେନ୍ଦ୍ରାପଡ଼ା,୨୧ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ଏବଂ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ମିଳିତ ସହଭାଗୀତାରେ ଆୟୋଜିତ […]

KANIKA