କାର୍ତିକେଶ୍ୱର ଭସାଣିବେଳେ ଅଳଭା ଗ୍ରାମରୁ ବଡ଼ଧରଣର ସଶସ୍ତ୍ର ଡକାୟତି , ୫ଭରି ସୁନା ରୁପା ଓ ଟଙ୍କା ଲୁଟ : ଏସ ପି ଓ ପୋଲିସ ସନ୍ଧାନୀ କୁକୁର ସହାୟତା ତଦନ୍ତ ଜାରି



ପଟ୍ଟାମୁଣ୍ଡାଇ ୨୧/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ରାତି ୮. ୪୫ମିନିଟ ସମୟରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ଶେଷମୁଣ୍ଡ ପମ୍ପ ହାଉସ ଠାରୁ କିଛି ଦୂରରେ ଥିବା ଏକ କୋଠା ଘରେ ବୃଦ୍ଧ ରତ୍ନାକର ଜେନା ଓ ପତ୍ନୀ ହେମଲତା ଜେନା ରହନ୍ତି । ତାଙ୍କ ପୁତ୍ର ପରିବାର ସହ ଭୁବନେଶ୍ୱରରେ ରହନ୍ତି । ଗତକାଲି ଅଳଭା ଗ୍ରାମରେ କାର୍ତିକେଶ୍ୱର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭସାଣି ଯୋଗୁଁ ଗାଁ ଲୋକମାନେ ଭସାଣି ଉତ୍ସବରେ ବ୍ୟସ୍ତ ଥିଲେ । ଏହି ସୁଯୋଗରେ ଗାଁ ଠାରୁ କିଛି ଦୂରରେ ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତିଙ୍କ ଉପରେ ନଜର ପଡିଥିଲା କିଛି ଦୁବୃର୍ତଙ୍କର ଓ ଯାହାଫଳରେ ତାଙ୍କ ଘରୁ ଡକାୟତି କରିବା ପାଇଁ ଯୋଜନା କରି ରାତି ୮. ୪୫ ମିନିଟ ସମୟରେ ମୋଟର ସାଇକେଲରେ ୫ଜଣ ଦୁବୃର୍ତ ଆସି ଘର କବାଟ ବାଡେଇ ଥିଲେ । ବେଶୀ ରାତି ହୋଇ ନଥିବାରୁ କୌଣସି ସନ୍ଦେହ ନକରି ବୃଦ୍ଧ ଦମ୍ପତି ଘର କବାଟ ଖୋଲି ଥିଲେ । ଯୋଜନା ଅନୁଯାୟୀ ମୋଟର ସାଇକେଲ ଜଗି ବାକୁ ୨ଜଣ ରହି ବାକି ୩ଜଣ ଘର ମଧ୍ୟରେ ପ୍ରବେଶ କରି ବୃଦ୍ଧ ଦମ୍ପତିଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ଭୟଭୀତ କରିବା ସହିତ ୫ଭରି ସୁନା ରୁପା ଓ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଗୃହ କର୍ତା ରତ୍ନାକର ଜେନା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆ ଡକାୟତିର ୨୫ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଗୃହତର୍କା ରତ୍ନାକରଙ୍କ ଏତଲାକୁ ଭିତିି କରି ଆଦର୍ଶ ଥାନା କେଶ ୩୪୩/୨୦୨୪ରେ ଏକ ଡକାୟତି ମାମଲା ରୁଜୁ କରି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁ ପୋଲିସ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ସହିତ ଅଳଭା ଗ୍ରାମର ଡକାୟତି ସ୍ଥଳକୁ ତନାଘନା ତଦନ୍ତ ଆରମ୍ଭ କରିଛନ୍ତି । ଏହି ମାମଲାକୁ ଗୁରୁତର ସହକାରେ ନେଇ ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛି ।


Discover more from

Subscribe now to keep reading and get access to the full archive.

Continue reading