କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦାନ କରି କହିଲେ ଗୋମତୀ କେନ୍ଦ୍ରାପଡା ଗୋବରୀର ବିକାଶ ଆମର ପ୍ରଥମ ପ୍ରୟାସ ହେବ । ଏଥିସହିତ ଗୋବରୀକୁ ଆବର୍ଜନା ମୁକ୍ତ କରିବା ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଦାୟିତ୍ୱ ନେଲେ ଗୋବରୀର ପୁନରୁଦ୍ଧାର ହୋଇପାରିବ । ଆମ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ପ୍ରତିଶ୍ରୁତି ଗୋବରୀ ନଦୀରେ ପୋଲ ଓ ସ୍ଥାୟୀମଞ୍ଚ ନିର୍ମାଣ ଆଗାମୀ ୨୦୨୫ ମସିହା ବାଲିଯାତ୍ରା ପୂର୍ବରୁ ସମାପ୍ତ ହେବା ନିଶ୍ଚିନ୍ତ । ଆମ ସରକାର ଯାହା କହେ ତାହା କରେ । ଉଦ୍ଯାପନୀ ଉତ୍ସବରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ଓ ପତ୍ରିକା ସମ୍ପାଦକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସୂଚନା ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ମହାକାଳପଡା ବିଧାୟକ ଡଃ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦାନ କରି କହିଲେ କେନ୍ଦ୍ରାପଡାରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଓ ଗୋବରୀ ପୁନରୁଦ୍ଧାର ଲାଗି ମୁଁ ବିଧାନସଭାରେ ଆଲୋଚନା କରିବା ସହିତ ଏଥିନିମନ୍ତେ ଯାହା ଆବଶ୍ୟକ ତାହା କରିବାକୁ ଉଦ୍ୟମ କରିବି । ସମ୍ମାନୀୟ ଅତିଥି ଭାବରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳୀ ସେଠୀ ଯୋଗଦେଇ କେନ୍ଦ୍ରାପଡାର ବିକାଶ ନିମନ୍ତେ ମୁଁ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ସହିତ ଯୋଗସୂତ୍ର ସ୍ଥାପନ କରିବି । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିବାନନ୍ଦ ଆଶ୍ରମ ଗରାପୁରର ଦିବ୍ୟସ୍ୱରୂପା ମା’ ସରସ୍ୱତୀ, କନ୍ତିଆ ମଠ ମଠାଧିଷ ସିଦ୍ଧାର୍ଥ ସ୍ୱରୂପ ଦାସ ଯୋଗ ଦେଇ ମଧୁସାଗର ଆଜି କିପରି ପ୍ରଦୂଷିତ ଗୋପବରୀରେ ପରିଣତ ହୋଇ କିପରି ତା’ର ଅସ୍ଥିତ୍ୱ ହରାଇଛି ତାହା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ ରାଉତରାୟ ଯୋଗ ଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବାଲିଯାତ୍ରା କମିଟିପକ୍ଷରୁ ମୁଖ୍ୟ ଅତିଥି ଶ୍ରୀମାତୀ ପାଢିଙ୍କୁ ସିଦ୍ଧ ବଳଦେବଜିୟୁଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକ, ଅଲେଖ ନାୟକ, ମହେଶ ପାଢୀ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପାର୍ବତୀ ଜୁଏଲାରୀ ମାଲିକ ଯୁଗଳ କିଶୋର ଦାସଙ୍କୁ ଜିଲ୍ଲା ଶ୍ରେଷ୍ଠ ସ୍ୱର୍ଣ୍ଣକା ରତ୍ନ ସମ୍ମାନ ଓ ଇଣ୍ଡୋ ନେପାଳ ଇଣ୍ଟନେସନାଲ ଚମ୍ପିଆନସିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ସାହାଦତ୍ ଖାଁଙ୍କୁ “କେନ୍ଦ୍ରାପଡା ରତ୍ନ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ରାମଚନ୍ଦ୍ର ବାରିକ, ଲାଲବାବୁ, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, ମନୋରଞ୍ଜନ ତ୍ରିପାଠୀ, ମୃତ୍ୟୁଞ୍ଜୟ ସାହୁ, ପୂର୍ବତନ ନାଏବ ସରପଞ୍ଚ ସୁଜାତା ସାହୁଙ୍କୁ ମୁଖ୍ୟ ଅତିଥି ବାଚସ୍ପତୀ ଶ୍ରୀମତୀ ପାଢୀ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଲାଗି ଅତୁଳନୀୟ ଅବଦାନ ଥିବା ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ମଧୁମିତା ଗେରୁ, ଜୁନେତ୍ ରଜା ଖାନ୍, ଅବଦୁଲ ମୁସ୍ତାଫ ଖାନ୍, ଇମରାଜ ଅଲ୍ଲୀ ଖାନ୍, ଶ୍ରୀଧର କୁମାର ମହାନ୍ତି, ଦେବାଶିଷ କୁବେର(ରାଜୁ କୁବେର), ଲୋହିତ ମହାନ୍ତି, ରବିନ୍ଦ୍ର କୁମାର ସାହୁ, ପ୍ରତାପ ନାରାୟଣ ମହାପାତ୍ର, ମଧୁସୁଦନ ବେହେରା, କୈଳାସ ଗେରୁ, ମୃତ୍ୟୁଞ୍ଜୟ ମହାନ୍ତି, ପ୍ରତାପ ନାରାୟଣ ମହାପାତ୍ର, ଟୁଟୁ ଗେରୁ, କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ଗଣେଶ୍ୱର ସାହୁ, ତ୍ରିଲୋଚନ ଦାସ, ପୀତବାସ ବେହେରା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ରଜନୀକାନ୍ତ ଦାସ, ଜଗବନ୍ଧୁ ପାତ୍ର, କାଶୀନାଥ ରାଉତରାୟ, ମହେନ୍ଦ୍ର ଆଚାର୍ଯ୍ୟ, ପିତବାସ ଦାସ, ଶତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାର୍ଟିଫିକେଟ୍ ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।
ପୂର୍ବାହ୍ନରେ ସୁର ଝଙ୍କାର ଓ ରୟାଲ ଡ୍ୟାନ୍ସ ଏକାଡେମୀ ତରଫରୁ ବରଗଡରୁ ଆସିଥିବା ଟ୍ରୁପ୍ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିତ କରିଥିଲେ । ଉପସଭାପତି ଧିରେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଅପରାହ୍ନରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ସମ୍ବାଦ ସାହିତ୍ୟ ଘର ଆଦିକନ୍ଦ ରାଉଳ, ଶିକ୍ଷାବିତ୍ ଭରତ ଚନ୍ଦ୍ର ସାହୁ ଓ ପ୍ରଦୀପ ନାୟକ, ସଚିତ୍ର ବେହେରା, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ବରାଳ, ଆମ ଗାଁ ସାହିତ୍ୟ ପରିଷଦ ସଦସ୍ୟ ସଞ୍ଜୟ ମଲ୍ଲିକ, ସମ୍ପାଦକ ସ୍ୱପ୍ନାଂଶୁ ଦାସ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସହସମ୍ପାଦକ ଶ୍ରୀଧର ଭୋଳ ଓ ଶରତ ରାଉତ, ଚିତ୍ତରଞ୍ଜନ କବି, କରୁଣାକର ଦାସ, ମେଜର ଭରତ ଚନ୍ଦ୍ର ଜେନାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । କବି ମନୋରଞ୍ଜନ ତ୍ରିପାଠୀ ଓ ଶ୍ରୀଧର ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।